ଫଜଲହକ୍ ସରକାରୀ ହାଇସ୍କୁଲ ର ୧୯୭୪ ମାଟ୍ରିକ୍ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ଗରଦପୁର,୦୩/୧୨/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ଫଜଲହକ୍ ସରକାରୀ ହାଇସ୍କୁଲ ର ୧୯୭୪ ମାଟ୍ରିକ୍ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସ୍କୁଲ ପରିସରରେ ଆଜି ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ହାଇସ୍କୁଲ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ମନମୋହନ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବ୍ୟାଚ୍ ର ଛାତ୍ର ଶ୍ୟମ ସୁନ୍ଦର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ ଉତ୍ସବର ପ୍ରାରମ୍ଭରେ ଦିବଙ୍ଗତ ଶିକ୍ଷକ ବାଳକୃଷ୍ଣ ନାୟକ, ଜଗବନ୍ଧୁ ମିଶ୍ର, ଭଗବାନ ସ୍ୱାଇଁ, ଯୋଗେନ୍ଦ୍ରନାଥ ମହାନ୍ତି, ତପନ କୁମାର ରାୟ,କୁଳମଣି ପାତ୍ର, ସେକ୍ ଏକ୍ରାମୁଲ ହକ୍ , ମହମ୍ମଦ  ଆଜାଦ ଓ ସହପାଠୀ ଛାତ୍ର ଅଜୟ କୁମାର ମହାନ୍ତି, ଘନଶ୍ୟମ ଖଙ୍କୁଆ, ଦୂର୍ଯେ୍ୟାଧନ ପୃଷ୍ଟି, ସଇରାଜ ଖାନ୍ ଓ ସହପାଠୀ ଛାତ୍ରୀ ଶାନ୍ତିଲତା କାହାଳୀ ଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଂଜଳୀ ଜଚ୍ଚାଇ ୫ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ମନମୋହନ କାନୁନଗୋ, ପ୍ରାକ୍ତନ ଶିକ୍ଷକ ରମେଶ ଚନ୍ଦ୍ର ଦାଶ, ଗନ୍ଧର୍ବ ଚରଣ ମହାପାତ୍ର,କୃଷ୍ଣଚନ୍ଦ୍ର ଲେଙ୍କା, ବିଜୟ ସ୍ୱାଇଁ ଓ ବର୍ତମାନର ଶିକ୍ଷୟିତ୍ରୀ ସୁଚରିତା ଲେଙ୍କା ପ୍ରମୁଖ ତାଙ୍କ ଅଭିଭାଷଣରେ ବିଦ୍ୟାଳୟର ବହୁ ପୁରାତନ ଅନୁଭୂତି ବଖାଣିବା ସହିତ ଛାତ୍ର ଛାତ୍ରୀଙ୍କୁ ଆଶିର୍ବଚନ ବାଂଟିଥିଲେ । ସେହିପରି ସହପାଠୀ ଛାତ୍ର ବିମଳ କୁମାର ମହାନ୍ତି, ରଂଜନ କୁମାର ଦାସ, ଦିବାକର ରାଉତ ପ୍ରମୁଖ ସେମାନଙ୍କର ଛାତ୍ର ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ । ସ୍କୁଲ ର ସମସ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଉତରୀୟ, ପୁଷ୍ପଗୁଛ ଓ ସାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବ୍ୟାଚ । ଛାତ୍ର ଛାତ୍ରୀଙ୍କ ପକ୍ଷରୁ ମୋ ସ୍କୁଲ ଅଭିଯାନ ଫଣ୍ଡକୁ କୋଡ଼ିଏ ହଜାର ଟଙ୍କା ଆସନ୍ତା କାଲି ପ୍ରଦାନ କରାଯିବ ବୋଲି ଉତ୍ସବରେ  ଘୋଷଣା କରାଯାଇଥିଲା । ଉତ୍ସବକୁ ବାନାମ୍ବର ଦାସ, ଗଗନ ବିହାରୀ ମହାନ୍ତି, ଶ୍ୟାମସୁନ୍ଦର ମଲିକ ପ୍ରମୁଖ ପରିଚାଳନା କରିଥିଲେ । ଏହି ଉତ୍ସବରେ ସହପାଠୀ ଛାତ୍ର ଛାତ୍ରୀଙ୍କ ପରିବାର ମଧ୍ୟ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *