କଟକ ସଦର,୧୨/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତକାଲି (ବୁଧବାର) ରାତି ଦୁଇଟାରେ କନ୍ଦରପୁର ଅଞ୍ଚଳରେ ବିଦ୍ୟୁତ୍ ସରଵରାହ ଠପ୍ ହୋଇଯାଇଥିଲା ବେଳେ ଗୁରୁବାର ଦିନ ଦୁଇଟା ଅର୍ଥାତ୍ ୧୨ ଘଣ୍ଟା ପରେ ସ୍ୱାଭାବିକ ହୋଇଥିବା ଜଣାପଡିଛି। ଏଥିପାଇଁ ଆଜି ଗୁରୁବାର ମାଣବସା ଥିବାରୁ ବିଦ୍ୟୁତ୍ ଲାଇନ୍ ବିନା ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ କନ୍ଦରପୁର ଗ୍ରୀଡ୍ ପଛପଟେ ଆସିଥିବା ୩୩ କେଭିର ଏକ ଖୁଣ୍ଟ ରୁ ଷ୍ଟେ ଛିଣ୍ଡିଯିବା ଫଳରେ ଅନେକ ଗୁଡିଏ ଖୁଣ୍ଟ ବିଲରେ ଧରାଶାୟୀ ହୋଇଥିଲେ । ଯାହା ଫଳରେ ବିପଦକୁ ଏଡ଼ାଇବା ପାଇଁ ବିଦ୍ୟୁତ୍ ଲାଇନ୍ କାଟି ଦିଆଯିବାରୁ କନ୍ଦରପୁର ସମେତ କିଶନନଗର ଓ ରଘୁନାଥପୁର ଅଞ୍ଚଳକୁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ହେଲେ କନ୍ଦରପୁର ଗ୍ରୀଡକୁ ବିଦ୍ୟାଧରପୁର ବାଟ ଦେଇ ୩୩ କେଭି ବିଦ୍ୟୁତ୍ ଲାଇନ୍ ଟଣା ଯିବା କାର୍ଯ୍ୟ ବର୍ଷ ବର୍ଷ ଧରି କଛପ ଗତିରେ ଚାଲୁଥିବା କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।