କେନ୍ଦ୍ରାପଡ଼ା, ୨୭/୦୭/୨୦୨୫ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ଧର୍ମ ଜାଗରଣ ସେନା ପକ୍ଷରୁ ପ୍ରାନ୍ତ ଯୋଜନା ଅନୁସାରେ ଏକ ସନ୍ଥ ସମ୍ମିଳନୀ କେନ୍ଦ୍ରାପଡ଼ା ଜିଲାରେ କରାଯିବା ପାଇଁ ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମ କିଭଳି ସରସ ସୁନ୍ଦର କରାଯାଇପାରିବ ସେଥିପାଇଁ ପ୍ରାନ୍ତୀୟ ଅଧିକାରୀ ମାନେ କେନ୍ଦ୍ରାପଡ଼ା ଜିଲା ଗସ୍ତ କରି ଶିବାନନ୍ଦ ଆଶ୍ରମରେ ସନ୍ଥ ସମ୍ମିଳନୀ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ସଂସ୍କୃତି ପ୍ରମୁଖ ସ୍ମୃତି ସାଗର ମହାରାଜ, ପ୍ରାନ୍ତ ସାଧୁସନ୍ଥ ପ୍ରମୁଖ ତ୍ରୈଲୋକ୍ୟ ଦାସ ମହାରାଜ,ସହ ପ୍ରାନ୍ତ ସଂସ୍କୃତି ପ୍ରମୁଖ ଶରତ ଚନ୍ଦ୍ର କର, ପ୍ରାନ୍ତ ବିଧି ପ୍ରମୁଖ ଚନ୍ଦ୍ର କାନ୍ତ ପ୍ରଧାନ, ଯାଜପୁର ଜିଲା ସଂସ୍କୃତି ପ୍ରମୁଖ ଅରବିନ୍ଦ ପଟ୍ଟନାୟକ, ସାଧୁ ସନ୍ଥ ପ୍ରମୁଖ ସୁନିଲ ଦାସ, ଧର୍ମ ଜାଗରଣ ପ୍ରମୁଖ ରାଜେନ୍ଦ୍ର ଗିରି, କେନ୍ଦ୍ରାପଡ଼ା ଜିଲା ଧର୍ମ ଜାଗରଣ ସହ ସଂଯୋଜକ ଶଶାଙ୍କ କୁମାର ଜେନା, ଜିଲା ପ୍ରଶାସନିକ ପ୍ରମୁଖ ମାଧବ ପ୍ରଧାନ, କେନ୍ଦ୍ରାପଡ଼ା ଜିଲା ସଂସ୍କୃତି ପ୍ରମୁଖ ପ୍ରତାପ ରାଉତ, ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ, ବିଶ୍ୱରୂପ ନନ୍ଦ ସରସ୍ୱତୀ, ପାର୍ବତୀ ବେହେରା, ଅଭିଜିତ ଦାସ, ନିକେତନ ଜେନା ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ରାପଡ଼ା ଜିଲାରେ ହେବାକୁ ଥିବା ସନ୍ଥ ସମ୍ମିଳନୀକୁ କିଭଳି ଭବ୍ୟ ଦିବ୍ୟ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ ।
