ପବିତ୍ର ରଥଯାତ୍ରା ଦଳାଚକଟାରେ ପ୍ରାଣ ହରାଇଥିବା ଅନିଲ ଦାଶଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ 

କଟକ ସଦର,୧୭/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ତଥା କିଶନନଗର ଥାନା ଅନ୍ତର୍ଗତ ସିର୍ଲୋ ନଵଗ୍ରାମ ରାଧାନଗର ଗ୍ରାମର ଅବିବାହିତ ଅନିଲ୍ ଦାଶ(୩୩)ଙ୍କର ଗତକାଲି ଗୁରୁବାର ଦିନ ପୁରୀ ଠାରେ ଅନୁଷ୍ଠିତ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ଦଳାଚକଟାରେ ଅକାଳରେ ପ୍ରାଣହାନି ଘଟିଥିଲା।

ସିଏ ଜଣେ ପରୋପକାରୀ ଅମାୟିକ ମିଷ୍ଟଭାଷୀ ଯୁବକ ହୋଇ ଥିବାରୁ ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି।

ପୁରୀ ମେଡ଼ିକାଲରେ ଅନିଲଙ୍କର ପୋଷ୍ଟ ମର୍ଟମ ସରିବା ପରେ ଆଜି ଶୁକ୍ରବାର ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *