ଗଛପଡି ଜାତୀୟ ରାଜପଥ ଅବରୋଧ

ବାଲିଗୁଡା, ୨୫/୭/୨୦୨୪ (ଓଡ଼ିଶା ସମାଚାର)- ବାଲିଗୁଡା ବ୍ଲକ ନ୍ତର୍ଗତ ଗଦ୍ରିଙ୍ଗିଆ ଘାଟି ନିକଟରେ ଜାତୀୟ ରାଜପଥ ୫୯ ରେ ଏକ ଗଛପଡି ରାସ୍ତା ଅବରୋଧ ହୋଇଥିଲା । ଯାହାଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ  ଯାନବାହାନ ଅଟକି ରହିଥିଲା । ସୁଚନାରୁ ପ୍ରକାଶ ଯେ ଗତ ପାଂଚଦିନ ହେବ ବାଲିଗୁଡାରେ ବର୍ଷା ର ପ୍ରଭାବ ଜାରି ରହିଛି । ବର୍ଷା କାରଣରୁ ଜାତୀୟରାଜପଥ କଡରେ ଥିବା ଏକ ବଡ ପିଆଶାଳ ଗଛ ପଡିଯାଇଛି । ଗଛପଡି ପ୍ରାୟ ଦୁଇଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା ।  ଗଛ ପଡିଥିବା ନିକଟ ଗ୍ରାମର ଲୋକମାନେ ଆସି  ପଡିଥିବା ଗଛକୁ କାଟି ରାସ୍ତା ସଫା କରିବା ପରେ ଯାତାୟତ ସୁବିଧା ହୋଇଥିଲା ।

Leave a Reply

Your email address will not be published. Required fields are marked *