ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ ଦେଲେ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁ

ଭୁବନେଶ୍ୱର, ୨୩/୭/୨୦୨୪ (ଓଡ଼ିଶା ସମାଚାର)- ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ସରକାରରେ ଆଜି ପ୍ରଥମ ବଜେଟ୍ ରେ ଉଠାଦୋକାନୀ ମାନଙ୍କ ରୋଜଗାର ପାଇଁ ସଂସଦରେ ବିଲ୍ ଆସିଥିବାରୁ ନିଖିଳ ଓଙ୍ଗÿିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଶ୍ରୀମତୀ ଅପରାଜିତା ଷଢ଼ଙ୍ଗୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି । ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, ମୋଦିଜୀ ତୃତୀୟ ପାଳି ସରକାରରେ ଉଠାଦୋକାନୀ ମାନଙ୍କୁ ଆସନ୍ତା ୫ବର୍ଷ ମଧ୍ୟରେ ସାପ୍ତାହିକ ହାଟ ପ୍ରତିଷ୍ଠା ଲାଗି ଚଳିତ ବଜେଟ୍ ରେ ଯୋଜନା କରିବା ସହ ଉଠାଦୋକାନୀ ପରିବାର ମାନଙ୍କ ଜୀବନ ଜୀବିକା ସୁଦୃଢ଼ କରିଛନ୍ତି । ୨୦୧୪ ମସିହାରେ ଉଠାଦୋକାନୀ ଆଇନ ପାରିତ ହୋଇଥିବାବେଳେ ଏବେକା ସରକାର ଆଉ ଏକ ପାଦ ଆଗକୁ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *