ବଜାର ସଂଘ୍ ପକ୍ଷରୁ ବାସନ୍ତୀ ଦୁର୍ଗା ଅନୁଷ୍ଠିତ 

ଯାଜପୁର, ୧୭/୦୪/୨୦୨୪ (ଓଡ଼ିଶା ସମାଚାର)-  ଜିଲ୍ଲାର ଯାଜପୁର ବ୍ଲକ ଅନ୍ତର୍ଗତ ମାଳ ଆନନ୍ଦପୁର ପଞ୍ଚାୟତ ଅଧିନ  ଜାତୀୟ ରାଜପଥ ପାର୍ଶ୍ବ ଷଠିପୁର ବଜାର ସଂଘ ତରଫରୁ  ଚଳିତବର୍ଷ  ବାସନ୍ତୀ ଦୂର୍ଗା ପୀଠରେ  ଏକ ପବିତ୍ରମୟ ଆଧ୍ୟାତ୍ମିକ ପରିବେଶ    ମଧ୍ୟରେ ବାସନ୍ତୀ ଦୂର୍ଗା ପୂଜା ଅନୁଷ୍ଠିତ ହେଉଛି ।

ଦେବୀ ଭାଗବତ ଓ ସପ୍ତଚଣ୍ଡୀ ପୁରାଣ ରେ ଅଛି ରାଜା ସୁରଥ ନିଜର ରାଜ୍ୟ ହରାଇ ଜଙ୍ଗଲ ରେ ଘୂରି ବୁଲୁଥଲେ। ଏହାପରେ ମେଧା ଋଷି ତାଙ୍କୁ କହିଥିଲେ, ତୁମେ ମା’ ଦୂର୍ଗା ଙ୍କୁ ପୂଜାକରି ସନ୍ତୁଷ୍ଟ କରାଅ ଦେଖିଵ ତୁମ ରାଜ୍ୟ ତୁମେ ନିଶ୍ଚୟ ଫେରିପାଇଵ ।ରାଜା  ସୂରଥ ଏହା ଶୁଣି ବେଶ ନିଷ୍ଠା ସହକାରେ ପୂଜା କରିଥଲେ ମା’ଙ୍କୁ। ମେଧା ଋଷି ଙ୍କ ମାର୍ଗ ଦର୍ଶନ ରେ ରାଜା ସୁରଥ ପୂଜା ମାଧ୍ୟମରେ ମା’ ଦୂର୍ଗା ଙ୍କୁ ସନ୍ତୁଷ୍ଟ କରାଇପାରିଥିଲେ।ଫଳରେ ରାଜା ସୁରଥ ମା ଦୂର୍ଗାଙ୍କ କରୁଣାରୁ ନିଜର ରାଜ୍ୟ ଫେରି ପାଇଥିଲେ। ସେଦିନ ଥିଲା ଚୈତ୍ର ମାସ ବସନ୍ତ ଋତୁ ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀ ର ସନ୍ଧିକ୍ଷଣ।ସେହି ସମୟରୁ ବାସନ୍ତୀ ଦୁର୍ଗାପୂଜା ପ୍ରଚଳିତ। ଏହି ପୌରା ଣିକ ତଥ୍ୟ କୁ ଆଧାର କରି ଏବଂ ଧର୍ମୀୟ ଭାବନାକୁ ନେଇ ଷଠିପୁର ତଥା ଆଖପାଖ ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ଏହି ପୂଜାକୁ ନିଷ୍ଠା ର ସହିତ ପାଳନ କରିଥାନ୍ତି ‌। ଚଳିତ ବର୍ଷ ଚୈତ୍ର ଶୁକ୍ଳ ଷଷ୍ଠୀ ତିଥି ରୁ ମା’ଙ୍କ ବେଲ୍ୱବରଣୀ, ସପ୍ତମୀରେ କଳସୀ ଯାତ୍ରା ଓ ଘଟ ସ୍ଥାପନ କରାଯିବା ପରେ ପ୍ରତ୍ୟୁଷ ରୂପ ସୂର୍ଯ୍ୟ ପୁଜା ,ଆବାହିତ ମଣ୍ଡଳ ଦେବତା ପୂଜାପରେ ଷୋଡ଼ଶ ଉପଚାର ପୁଜା, ଚଣ୍ଡୀ ପାଠ ହୋମ ଯଞ୍ଗ କରାଯାଉଛି।ପୀଠର ପୂଜକ ନାରାୟଣ ପଣ୍ଡା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିରଜା ମଣ୍ଡଳର ଵେଦଞ୍ଗ ବ୍ରାହ୍ମଣ ଙ୍କ ଦ୍ଵାରା ପୂଜା ଅର୍ଚ୍ଚନା କରାଯାଉଛି। ମନ୍ଦିର ମଧ୍ୟରେ ମା’ଙ୍କ ପାର୍ଶ୍ୱ ରେ ସ୍ଥାନ ପାଇଥିବା ଵାରୁଆଳୀ ମୂର୍ତ୍ତି ବିଭିନ୍ନ ସଚେତନତା ମୂଳକ ସାମାଜିକ ବାର୍ତ୍ତା ବହନ କରୁଛି। ଆକର୍ଷଣୀୟ ଆଲୋକ ତୋରଣରେ ସୁସଜ୍ଜିତ କରାଯାଇଛି। ସ୍ଥାନୀୟ ବ୍ୟବସାୟୀମାନଙ୍କ ଠାରୁ ଆସୁଥିବା ସହାୟତା ରେ ମା’ଦୁର୍ଗା ଙ୍କ ପୂଜା ଅର୍ଚ୍ଚନା କରାଯାଉଥିବା କମିଟି ସୂତ୍ରରୁ ଜଣାଯାଇଛି।

 ପାଞ୍ଚ ଦିନ ବ୍ୟାପୀ ଏହି ପୂଜାକୁ ଵଜାର ସଂଘର ସମସ୍ତ କର୍ମକର୍ତ୍ତା ଏବଂ ଷଠିପୁର ଗ୍ରାମବାସୀ ସହଯୋଗ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *