ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ  ଙ୍କୁ ରାଜ୍ୟର ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ମର୍ଯ୍ୟାଦା ପ୍ରଦାନ

ଜଗତସିଂହପୁର,୧୫/୦୬/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ନଂ ୫୮୩୮ ତା ୦୨.୦୪.୨୬ ରିଖ ଏବଂ ଯୋଜନା ଓ ସଂଯୋଜନ ଵିଭାଗ, ଓଡ଼ିଶା ସରକାରଙ୍କ ପତ୍ର ସଂଖ୍ୟା ୮୪୫୭ ତା ୦୩.୦୬.୨୬ ରିଖ ବଳରେ ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ମନୋନୀତ କରାଯିବା ସହ ତାଙ୍କୁ ଓଡ଼ିଶା ରାଜ୍ୟର ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ମର୍ଯ୍ୟାଦା ପ୍ରଦାନ କରାଯାଇଅଛି।

ଏହି ମର୍ଯ୍ୟାଦା ମାନ୍ୟବର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଙ୍କ ଜିଲ୍ଲା ଯୋଜନା  ବୋର୍ଡ ଅଧ୍ୟକ୍ଷ ପଦରେ ଯୋଗଦାନ ଦିବସ (ତା ୦୭.୦୫.୨୬) ରିଖ ଠାରୁ କାର୍ଯ୍ୟକାରୀ କରାଯିବା ନିମନ୍ତେ ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ ରହିଅଛି ବୋଲି ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି।

Leave a Reply

Your email address will not be published. Required fields are marked *