ନିରାକାରପୁର ବଜାର ଭିତରେ  ଜମି ଅଧିଗ୍ରହଣ ପ୍ରକ୍ରିୟା କୁ କ୍ରିୟାନୁଷ୍ଠାନ କମିଟିର  ବିରୋଧ, ମାପଚୁପ ବନ୍ଦ

ନିରାକାରପୁର,୦୨/୧୨/୨୦୨୩ (ଓଡ଼ିଶା ସମାଚାର)-ଆଜି ତୃତୀୟ ଦିବସରେ ନୂଆ ଜଗନ୍ନାଥ ସଡ଼କର ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଜାର ଭିତରେ  ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଥିବାବେଳେ ଆଞ୍ଚଳିକ ଓଭର ବ୍ରିଜ କ୍ରିୟାନୁଷ୍ଠାନ କମିଟି ତରଫରୁ ଏହାକୁ ବନ୍ଦ କରାଯାଇ ଆଗ ଆମର ଦାବି ସମ୍ପର୍କରେ ସରକାର ବିଚାର କରିବା ପରେ ମାପଚୁପ କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ। ସୂଚନାଯୋଗ୍ୟ କି ନିରାକାରପୁର ବଜାରରେ ଥିବା ରେଳ ଫାଟକ ଅତ୍ୟଧିକ ଜାମ ହେଉଥିବାରୁ ଏଠାରେ ଓଭର ବ୍ରିଜ ନିର୍ମାଣ କରିବାକୁ ସରକାରଙ୍କ ପକ୍ଷରୁ ଅର୍ଥ ବରାଦ  ହୋଇଛି। କିନ୍ତୁ ଏହି ଓଭର ବ୍ରିଜ କୁ ବଜାର ମଧ୍ୟ ଦେଇ ନିର୍ମାଣ କରାଗଲେ ଭବିଷ୍ୟତରେ ନିରାକାରପୁର ବଜାର ତାର ସତ୍ତା ହରାଇବ ବୋଲି ଦର୍ଶାଇ ଆଞ୍ଚଳିକ ଓଭର ବ୍ରିଜ କ୍ରିୟାନୁଷ୍ଠାନ କମିଟି ପୂର୍ବରୁ ବହୁ ବାର ବାଇପାସ କରି ଓଭର ବ୍ରିଜ ନିର୍ମାଣ କରିବାକୁ ସରକାରଙ୍କ ନିକଟରେ ଦାବି କରି ଆସୁଛି କିନ୍ତୁ ତାହାକୁ କର୍ଣ୍ଣପାତ କରାଯାଉ ନାହିଁ। ପୁନର୍ବାର ଏହି ବଜାର ଦେଇ ଓଭର ବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଦୁଇ ଦିନ ହେବ ଆରମ୍ଭ ହୋଇ ଥିବାବେଳେ କ୍ରିୟାନୁଷ୍ଠନ କମିଟି ପକ୍ଷରୁ ଆଜି ଜିଲ୍ଲା ପ୍ରଶାସନକୁ ବାଇପାସ୍ କରି ଓଭର ବ୍ରିଜ ନିର୍ମାଣ କରିବାକୁ ଦାବି ପତ୍ର ପ୍ରଦାନ କରାଯାଇଛି। କିନ୍ତୁ ଏଣେ ତୃତୀୟ ଦିବସରେ ମାପଚୁପ ଚାଲିଥିବାରୁ ସେମାନଙ୍କ କଥା ଆଗ ବିଚାର କରାଯାଉ ବୋଲି କହି ମାପଚୁପ କୁ ଆଜି ବନ୍ଦ କରିଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *