ଜଗତସିଂହପୁର, ୨୮/୧୧/୨୦୨୫ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ପୌରପରିଷଦ କାର୍ଯ୍ୟାଳୟ ସଭା ଗୃହରେ ୧୬ ଦିନ ବ୍ୟାପୀ ଲିଙ୍ଗ ଭିତ୍ତିକ ହିଂସା ନିରାକରଣ ସଚେତନତା ପକ୍ଷର ଚତୁର୍ଥ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଉପବିଭାଗ ଓ ରାଧା କୃଷ୍ଣ କ୍ଲବ ମିଳିତ ଆୟୋଜନରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଅଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା ଯୋଗ ଦେଇ ଲିଙ୍ଗ ଭିତ୍ତିକ ହିଂସା ଦୂରେଇ ଦେବା ପାଇଁ ପ୍ରଥମେ ପୁରୁଷ ମାନଙ୍କୁ ଶିକ୍ଷା ଦେବା ସହ ପରିବାର ମଧ୍ୟରେ , ପୁଅ ଝିଅ ମଧ୍ୟରେ ଅନ୍ତର କରିବା ଉଚିତ୍ ନୁହେଁ ବୋଲି ଦର୍ଶାଇ ଥିଲେ । ମହିଳା ଙ୍କ ମଧ୍ୟରେ ଯେତେ ସଚେତନତା କଲେ ମଧ୍ୟ ପୁରୁଷ ଙ୍କ ମଧ୍ୟ ରେ ସଚେତନତା ହେଲେ ଲିଙ୍ଗ ଭିତ୍ତିକ ହିଂସା ଶେଷ ହୋଇ ପାରିବ ଏବଂ ମହିଳା ଓ ଝିଅ ମାନେ ମୋବାଇଲ ର ଦୁରୁପ ଯୋଗରୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦେଇ ଥିଲେ ।ସଭାପତି ଶ୍ରୀମତୀ ଅର୍ଚ୍ଚନା ସିଂ ତାଙ୍କ ଅଭିଭାଷଣରେ ମହିଳା ମାନେ ମହିଳାଙ୍କ ଉପରେ ହିଂସା ନକରି ଲିଙ୍ଗ ଗତ ଭେଦ ଭାବକୁ ପରିବାର ମନ୍ଧରେ ଦୂରେଇ ରଖିବା , ପୁଅ ଝିଅ ମଧ୍ୟ ରେ ପାର୍ଥକ୍ୟ ନକରିବା , ନିଜ ପାଇଁ ନିଜେ ଲଢ଼ିବା ଓ ‘ ମୁଁ ନୁହେଁ ଆମେ ‘ ସମସ୍ତଙ୍କୁ ନେଇ ମିଳି ମିଶି ଚଳିବା ଇତ୍ୟାଦି ବିଭିନ୍ନ ଉଦାହରଣ ମାଧ୍ୟମରେ ଲିଙ୍ଗ ଗତ ହିଂସା ଦୂରେଇ ଦେଇ ସମାନତା ପାଇଁ କାର୍ଯ୍ୟ କରିବାକୁ କହିଥିଲେ ।
ଅନ୍ୟତମ ଅତିଥି ଭାବେ ବିରିଷ୍ଟ ଆଡଭୋକେଟ ସାରଦା ପ୍ରସାଦ ଦାସ ଯୋଗ ଦେଇ ପାରିବାରିକ ହିଂସା ଆଇନ, ଯୌତୁକ ଆଇନ ଓ କର୍ମ କ୍ଷେତ୍ର ରେ ଯୌନ ଶୋଷଣ ଆଇନ ସମ୍ବନ୍ଧ ରେ ବିଶେଷ ଭାବେ ବର୍ଣ୍ଣନା କରି ମହିଳା ମାନେ ସମସ୍ତ ପ୍ରକାର ହିଂସା କୁ ବିରୋଧ କରିବାକୁ କହିଥିଲେ ।
ପୌର ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ ଉକ୍ତ ସଭାରେ ଅତିଥି ଭାବେ ଯୋଗଦେଇ ସରକାରୀ ସ୍ତରରେ ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନାର ଲାଭ ନେବାକୁ ଓ ସମ୍ମିଳିତ ହିଂସାକୁ ବିରୋଧ କରିବାକୁ ଉପଦେଶ ଦେଇଥିଲେ ।
ରାଧାକୃଷ୍ଣ କ୍ଲବ ର ନିର୍ଦେଶକ ପୂର୍ଣ୍ଣ ଚନ୍ଦ୍ର ମଲ୍ଲ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଅଧିକାରୀ ଶ୍ରୀ ରାଜୀବ ଲୋଚନ ରାଜ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାଉନସିଲର ଶ୍ରୀମତୀ କ୍ରିଷ୍ଣା ଦେଇ , ସକ୍ଷୀ ୱାନ ଷ୍ଟପ ସେଣ୍ଟର୍ ର ପ୍ରସାଶିକା ମେନକା ସିଂ ନିଜର ବକ୍ତବ୍ୟ ରଖି “ହିଂସା ନୁହେଁ ଶାନ୍ତି ଚାହୁଁ ” ବୋଲି କହିଥିଲେ। ଶେଷରେ ରାଧାକୃଷ୍ଣ କ୍ଲବ ତରଫରୁ ଶ୍ରୀ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
