ଦ୍ୱିତୀୟ ନନ୍ଦ କିଶୋର ମେମୋରିଆଲ ମହିଳା ଫୁଟବଲ

ଭୁବନେଶ୍ୱର,୦୨/୧୨/୨୦୨୩ (ଓଡ଼ିଶା ସମାଚାର)-ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ, ଭୁବନେଶ୍ୱର ସିଟି କ୍ଲବ ଏବଂ ଭୁବନେଶ୍ୱର ଆଥଲେଟିକ ଆସୋସିଏସନ ମିଳିତ ଆନୁକୂଲ୍ୟରେ କିଶୋର କ୍ଲବ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ମହିଳା ଫୁଟବଲ କୋଚ୍ ସ୍ୱର୍ଗତ ନନ୍ଦକିଶୋର ପଟ୍ଟନାୟକଙ୍କ ସ୍ମୃତି ଉଦ୍ଧେଶ୍ୟରେ ‘ଦ୍ୱିତୀୟ ନନ୍ଦକିଶୋର ମେମୋରିଆଲ’ ରାଜ୍ୟସ୍ତରୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଅଛି । ସିଟି କ୍ଲବର ସଭାପତି ଡଃ ସୌର୍ଯ୍ୟ ରଞ୍ଜନ ପରିଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭାରତୀୟ ଦଳର ପୂର୍ବତନ ମହିଳା ଅଧିନାୟିକା ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ, ଫାଓ’ର ଯୁଗ୍ମ ସମ୍ପାଦକ ମହମ୍ମଦ ସୟଦ ଯବାର, ବା’ର ଫୁଟବଲ ସମ୍ପାଦକ ଦିଲ୍ଲୀପ କୁମାର ଦାସ, ଓଡ଼ିଶା ମହିଳା ଦଳର ଅଧ୍ୟକ୍ଷ ସହଦେବ ରାଉତ, ସିଟି କ୍ଲବର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ, ବା’ର ଉପସଭାପତି ଭାଗ୍ୟଧର ଜଗଦେବ, ଅରୁଣ ସାହୁ, ଇଂ ସୁବ୍ରତ ଦାସ, ସିଟି କ୍ଲବର ଉପସଭାପତି ସମରେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେ ଚଳିତ ଡିସେମ୍ବର ମାସ ୧୧.୧୨.୨୦୨୩ ଠାରୁ ୧୭.୧୨.୨୦୨୩ରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଫୁଟବଲ ଏକାଡ଼େମୀ ଷ୍ଟାଡ଼ିୟମ, ୟୁନିଟ-୧ଠାରେ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଂଟ ପାଇଁ ୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଅଛି । ସେହିପରି ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୨୦ ହଜାର ଏବଂ ୧୦ ହଜାର ଏବଂ ପ୍ରତି ମ୍ୟାଚର ଶ୍ରେଷ୍ଠ ଖେଳାଳିଙ୍କୁ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯିବ । ଟୁର୍ଣ୍ଣାମେଂଟର ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ‘ଶ୍ରଦ୍ଧାଞ୍ଜଳି ବେଷ୍ଟ ପ୍ଲେୟାର ଅଫ୍ ଟୁର୍ଣ୍ଣାମେଂଟ’ ନାମରେ ନାମିତ କରାଯିବ । ଏହି ଟୁର୍ଣ୍ଣାମେଂଟରେ ଭାରତୀୟ ବରିଷ୍ଠ ଦଳର ଚୟନକର୍ତା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ବ୍ରାଣ୍ଡ ଆମ୍ବାସାଡ଼ର ଭାବରେ ମନୋନୀତ କରାଯାଇଛି ।
ଏଥିରେ ଅଂଶଗ୍ରହଣ କରିବା ପାଇଁ ଆଗ୍ରହୀ ଦଳ ଗୁଡ଼ିକ ପ୍ରଦୀପ ରାଉତରାୟ, ସମ୍ପାଦକ, ସିଟି କ୍ଲବ, ଦୂରଭାଷ : ୯୯୩୭୧୯୯୧୧୮କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *