ଦୁର୍ଦ୍ଦାନ୍ତ ମାଓବାଦୀ ମୋହନ ଗିରଫ, ବିପୁଳ ମାଓ ସାମଗ୍ରୀ ଜବତ

୪ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରହିଥିଲା
ଲକ୍ଷ୍ମୀପୁର,୨୯/୦୫/୨୫(ଓଡିଶା ସମାଚାର)-କୋରାପୁଟ ପୋଲିସ ଓ ଡିଵିଏଫ ପନ୍ଝାରେ ଏରିଆ କମିଟି ମେମ୍ବର ମାଓବାଦୀ କୁଞ୍ଜମ ହିଡମା ଓରଫ୍ ମୋହନ। ଛତିଶଗଡ଼ରୁ ଓଡିଶା ଦେଇ ଆନ୍ଧ୍ରକୁ ଯାଉଥିବା ସମୟରେ ସୂଚନା ପାଇଥିଲା କୋରାପୁଟ ପୋଲିସ।
ବୈପାରିଗୁଡା ବ୍ଳକର ପେଟଗୁଡ଼ା ଜଙ୍ଗଲରେ ଚାରିଜଣ ନକ୍ସଲଙ୍କ ଗତିବିଧି ଜାଣିବା ପରେ ଚଢ଼ାଉ କରିଥିଲା ଜୟପୁର ଏସଡିପିଓ ସହ ଡିଭିଏଫ ଟିମ୍। ପୋଲିସକୁ ପାଲଟା ଗୁଳି ଚାଳନା କରି ତିନିଜଣ ଖସି ଯାଇଥିବା ବେଳେ ଜଣଙ୍କୁ ଏକେ-୪୭ ସହ କାବୁ କରାଯାଇଛି।

ଗିରଫ ମାଓବାଦୀ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଉସୁରୁ ଥାନା ଜାନାଗୁଡ଼ା ଗ୍ରାମର ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି ରୋହିତ ବର୍ମା। ଗିରଫ କୁଞ୍ଜମ ହିଡମା ଓରଫ୍ ମୋହନ୍ ଉପରେ ୪ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରହିଥିଲା। ପୁର୍ବରୁ ଏକାଧିକ ନକ୍ସଲ ମାମଲାରେ ସେ ଜଡ଼ିତ ରହିଛନ୍ତି। କୋରାପୁଟ ଜିଲ୍ଲାରେ ୪ ମାଓ ଆକ୍ରମଣରେ ସାମିଲ୍ ଥିବା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି କୋରାପୁଟ ଏସପି ।

ଗିରଫ ମାଓବାଦୀ ନିକଟରୁ ଏକ ୪୭ ବନ୍ଧୁକ,୩୫ ରାଉଣ୍ଡ ଜୀବନ୍ତ ଗୁଳି,ଗୋଟାଏ ମାଗାଜିନ୍, ୨୭ଟି ଡିଟୋନେଟର ,୯୦ ଗୋଟି ତାର ବିହୀନ ଡିଟୋନେଟର, ୨ କିଲୋ ଗନ ପାଉଡର , ୨ଟି ଷ୍ଟିଲ ଟିଫିନ୍ ବାକ୍ସ ,୨ଟି ରେଡ଼ିଓ , ୨ ଟି ଇୟର ଫୋନ୍, ଗୋଟାଏ ୱାକିଟକି ,୨ଟି ଛୁରୀ, ୪ଟି ଟର୍ଚ୍ଚ ଲାଇଟ ମାଓ ପୁସ୍ତକ, ମେଡିସିନ ,ପୋଷାକ ଆଦି ମାଓ ସାମଗ୍ରୀ ଜବତ କରିଛି ପୋଲିସ।

Leave a Reply

Your email address will not be published. Required fields are marked *