ଯାଜପୁର, ୨୨/୭/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ୍ ଅଗ୍ରୱାଲ, ଯାଜପୁର ଙ୍କ ଦାନଗଦି ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଯାଇଅଛି। ଉକ୍ତ ଶିବିରରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଯୋଗଦେଇ କହିଲେ ଯେ ରାଜ୍ୟସରକାରଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଏକ ସୁଦୂର ପ୍ରସାରି କାର୍ଯ୍ୟକ୍ରମ ଯେଉଁଥିରେ ଜନସାଧାରଣ ବହୁଳ ମାତ୍ରାରେ ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ଫାଇଦା ପାଇପାରୁଛନ୍ତି। ପ୍ରଶାସନ ଲୋକମାନଙ୍କ ନିକଟତର ହୋଇ ସେମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଜନଶୁଣାଣୀ ଶିବିର ମାଧ୍ୟମରେ ସମାଧାନ କରି ସେମାନଙ୍କୁ ତ୍ୱରିତ ସେବା ଯୋଗାଇଦେବା ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ବିଭାଗୀୟ ଅଧିକାରୀମାନଙ୍କୁ ପଠାଯାଉଥିବା ଦରଖାସ୍ତଗୁଡ଼ିକୁ ସଂପୃକ୍ତ ଅଧିକାରୀମାନେ ବିଳମ୍ବ ନକରି ଆପତ୍ତି ଅଭିଯୋଗ ଗୁଡ଼ିକର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାସହ କୌଣସି ଅଧିକାରୀଙ୍କ ନିକଟରେ ଯେଭଳି ଗୋଟିଏ ଅଭିଯୋଗ ସମାଧାନରେ ବିଳମ୍ବ ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ଶ୍ରୀ ଲଙ୍କେଶ୍ଵର ଅମାତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଯାଜପୁର ଶ୍ରୀ ଅଶୋକ କୁମାର ବେହୂରିଆ,ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ ,ବିଡିଓ,ଦାନଗଦି ଶ୍ରୀ ସାରଦା ପ୍ରସନ୍ନ ପଣ୍ଡା, ତହସିଲଦାର ଦାନଗଦି ଶ୍ରୀ ଅଶୋକ କୁମାର ତ୍ରୀପାଠୀ,ସହକାରୀ ଜିଲ୍ଲାପାଳ,ସାଧାରଣ ଓ ବିବିଧ ଶ୍ରୀ ଅଶୋକ କୁମାର ବେହେରା ମଞ୍ଚାସୀନ ଥିଲେ। ଆଜିର ଅଭିଯୋଗ ପ୍ରକୋଷ୍ଠରେ ମୋଟ ୭୫ଗୋଟି ଅଭିଯୋଗ ଆସିଥିବାବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ୩୬ଗୋଟି ଅଭିଯୋଗ,ସମୂହ ୬ଗୋଟି ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ଜନିତ୧୯ଗୋଟି ଅଭିଯୋଗ, ରେଡକ୍ରସ ପାଣ୍ଠିରୁ ସାହାଯ୍ୟ ନିମନ୍ତେ ୧୪ଗୋଟି ଅଭିଯୋଗ ଆସିଥିଲା।୩୫ଗୋଟି ବିଭିନ୍ନ ଅଭିଯୋଗର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଜନଶୁଣାଣୀ ଶିବିରରେ ତତ୍କାଳୀନ ସମାଧାନ କରିଥିଲେ। ୭ଜଣ ଅଭିଯୋଗକାରୀ ଆଜି ଅଭିଯୋଗ ପ୍ରକୋଷ୍ଠରେ ଅନୁପସ୍ଥିତଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ମହାରଣା, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଶ୍ରୀମତୀ ସବିତା ଚ୍ୟାଉପଟ୍ଟନାୟକ,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତଚନ୍ଦ୍ର ବେହେରା, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଡେପୁଟୀ ପରିବେଶ ଯନ୍ତ୍ରୀ ମହେଶ୍ୱର ବେହେରା, ଅଧିକ୍ଷଣଯନ୍ତ୍ରୀ, ଜଳ ନିଷ୍କାସନ ଖଣ୍ଡ ଦିଲ୍ଲୀପ ନନ୍ଦନ ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କୁମାର ବେହୁରା, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଅଧିକାରୀ ଡାକ୍ତର ସୁଶାନ୍ତ କୁମାର ବେହେରା, ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ଜେନା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଏବଂ ଲାଇନ ଡିପାର୍ଟମେଣ୍ଟର ଯନ୍ତ୍ରୀମାନେ ଯୋଗଦେଇ ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ସହଯୋଗ ପ୍ରଦାନ କରିଥିଲେ।