ଗରଦପୁର,୦୯/୧୧/୨୦୨୪ (ଓଡ଼ିଶା ସମାଚାର)-ତେଣ୍ଡାକୁଡା ପଂଚାୟତ ଅନ୍ତର୍ଗତ ବାସନ୍ତପୁର ଗ୍ରାମର ଅମୀୟବାଳା ମହାନ୍ତିଙ୍କର ପରଲୋକ ଘଟିଛି । ୧୯୪୬ ମସିହାରେ ଜନ୍ମିତ ଅମୀୟବାଳା ତେଣ୍ଡାକୁଡା ନିବାସୀ ଥିଲେ ଓ ପରେ ବାସନ୍ତପୁରର ର ବିଭୂତି ଭୂଷଣ ମହାନ୍ତିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଜଣେ ସ୍ନେହ ବତ୍ସଳା, ପରୋପକାରୀ ଓ ଧର୍ମ ପ୍ରାଣ ଏବଂ ସଂସ୍କୃତି ସଂପନ୍ନା ଗୃହିଣୀ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁତ୍ର ବିଶ୍ଵଦୀପ ମହାନ୍ତି ମୁଖାଗ୍ନୀ ଦେଇ ଥିଲେ । ମୀୟବାଳା ଙ୍କ ପରଲୋକରେ ଅଂଚଳରେ ଶୋକ ପ୍ରକାଶ ପାଇଛି ।
ଧର୍ମପରାୟଣ ମହିଳାଙ୍କ ପରଲୋକ
