ମତଦାନର ମହାନ ପର୍ବକୁ ସଫଳ କରିବା ପାଇଁ କଂସ ମହାରାଜ ଏବଂ ପଦ୍ମଶ୍ରୀ ହଳଧର ନାଗ ଭିଡିଓ ବାର୍ତ୍ତା ମାଧ୍ୟମରେ କଲେ ଆହ୍ୱାନ

ବରଗଡ଼,୨୪/୦୪/୨୦୨୪ (ଓଡ଼ିଶା ସମାଚାର /ନିରଞ୍ଜନ ତ୍ରିପାଠୀ)- ମତଦାନର ମହାନ ପର୍ବ ଆଗାମୀ ସାଧାରଣ ନିର୍ବାଚନରେ ବରଗଡ଼ ଜିଲ୍ଲାର ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ଅଭିନବ ପ୍ରୟାସ ଜାରି ରଖିଛନ୍ତି । ସମଗ୍ର ଜିଲ୍ଲାର କୋଣ ଅନୁକୋଣରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ସଚେତନତା ବାର୍ତ୍ତା ଦେଇ ରାଲି କରୁଥିବା ବେଳେ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ସଂଗ୍ରହ ଯାନ ମାଧ୍ୟମରେ ପ୍ରଶାସନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭୋଟର ସଚେତନତା ଗୀତ ଦ୍ୱାରା ଭୋଟରଙ୍କୁ ସଚେତନ କରାଯାଉଛି ।

ଏହି ପରିପ୍ରେକ୍ଷୀରେ କଂସ ମହାରାଜ ସମସ୍ତ ବରଗଡ଼ ବାସୀ ସଚେତନ ନାଗରିକ ହୋଇ ଭୋଟ ଦେବା ପାଇଁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ “ମିଲି ମିଶି ହେମା ଯୋଟ, ସଭେ ଆସ ଦେମା ଭୋଟ” ବୋଲି ଆହ୍ୱାନ କରିଛନ୍ତି ।

ଏତଦବ୍ୟତୀତ ବିଶିଷ୍ଟ କବି ତଥା ଲେଖକ ପଦ୍ମଶ୍ରୀ ହଳଧର ନାଗ ଆଗାମୀ ୨୦ ତାରିଖରେ ସମସ୍ତେ ମତଦାନ କରିବା ପାଇଁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଦିତ୍ୟ ଗୋୟଲ ପ୍ରଶାସନ ଦ୍ୱାରା ଆୟୋଜିତ ହେଉଥିବା ଭୋଟର ସଚେତନତା କାର୍ଯ୍ୟକ୍ରମ (ସୁଇପ ଏକ୍ଟିଭିଟି) ଗୁଡିକୁ ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ସରକାରୀ ଅଧିକାରୀଙ୍କୁ ଅନୁରୋଧ କରିବା ସହ ଜିଲ୍ଲାର ସମସ୍ତ ଭୋଟର ମତଦାନର ମହାନ ପର୍ବରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବା ସହ ନିର୍ବାଚନକୁ ସଫଳ କରିବା ପାଇଁ ଆହ୍ୱାନ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *