ନୂଆ ଜଗନ୍ନାଥ ସଡ଼କରେ ଦନ୍ତା ଆତଙ୍କ

ନିରାକାରପୁର, ୨୨/୭/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ  ରାମେଶ୍ବର ନୂଆ ଜଗନ୍ନାଥ ସଡ଼କ ଉପରେ ଆଜି ଅପରାହ୍ନରେ ଆତଙ୍କ ସୃଷ୍ଟି କରିଥିଲା  ଗୋଟିକିଆ ଦନ୍ତା। ଲୋକେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି। କିଛି ସମୟ ଗାଡି ଚଳା ଚଳ ବନ୍ଦ ରହିଥିଲା।ଖାଦ୍ୟ ଖାଇବା ଲୋଭରେ ନିକଟରେ ଥିବା ଜଙ୍ଗଲରୁ ଦନ୍ତା ବାହାରି ଆସି ସୃଷ୍ଟି କରୁଛି ଆତଙ୍କ।ଏବେ ଟାଙ୍ଗୀ ବନାଞଳରୁ ଅଧିକ ହାତୀ ପଲ ଅନ୍ୟତ୍ର ପଳାଇଥିବାବେଳେ  ଗୋଟିକିଆ ଗୋଠ ଛଡା ଦନ୍ତା କେତୋଟି  ଏଣେତେଣେ ବୁଲି ଆତଙ୍କ ସୃଷ୍ଟି କରୁଛନ୍ତୁ ସାରା ଅଞ୍ଚଳରେ। ଫଳରେ ଲୋକେ ରାତିରେ ଓ ଭୋର ସମୟରେ ଯିବାକୁ ଭୟ କରୁଛନ୍ତି।ଏଥିପାଇଁ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ଲୋକେ ଆତଙ୍କିତ ଅବସ୍ଥା ରେ ଯା ଆସ କରୁଛନ୍ତି। ତେଣୁ ଗୋଠ ଛଡାଙ୍କୁ ଜଙ୍ଗଲକୁ ତଡ଼ିବାକୁ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *