ସଡ଼କ ପରିବହନ ନିଗମ ମେକାନିକଙ୍କ ସ୍ମୁତି ସଭା ।

କଟକ, ୧୨/୭/୨୦୨୪ (ଓଡ଼ିଶା ସମାଚାର)-୪୨ ମୌଜା ବହଳପଡା ନିବାସୀ ସ୍ଵର୍ଗତ ଧୂସାସନ ସ୍ବାଇଁଙ୍କ ଏକାଦଶ ଦିବସରେ ଗ୍ରାମ ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ  ସ୍ମୃତିଚାରଣ ସଭା ମହନ୍ତ ଗଜେନ୍ଦ୍ର ନାଥ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ସ୍ବାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମରେ ଜଣେ ଦକ୍ଷ ମଟର ମେକାନିକ୍ । ସରକାରଙ୍କ ପକ୍ଷରୁ ପରିବହନ ନିଗମ ବନ୍ଦ ହୋଇଯିବା ପରେ ସେ ବେସରକାରୀ ସଂସ୍ଥାରେ ମଟର ମେକାନିକ୍ ଭାବେ କାର୍ଯ୍ୟ କରୁଥିଲେ । ଦୀର୍ଘ ୪୦ବର୍ଷ ରାଜ୍ୟର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ନିଜର ଗୁରୁ ଦାୟିତ୍ଵ ନିର୍ବାହ କରି ଅନେକ ଧନ ଜୀବନ ରକ୍ଷା କରିବା ସହ ବହୁ ସୁନାମ ଅର୍ଜନ କରିଛନ୍ତି । ଗ୍ରାମର ବିଭିନ୍ନ ସାମାଜିକ ଉତ୍ସବ ଓ ଧାର୍ମିକ କାର୍ଯ୍ୟକ୍ରମରେ ସହଯୋଗ କରନ୍ତି ।  ପରିଣତ ବୟସରେ ସରକାରଙ୍କ ଇପିଏଫ୍ ଯୋଜନାରେ ମାତ୍ର ଏକ ହଜାର ଟଙ୍କା ପେନସନ ପାଇ ସେ ଅତୀବ କଷ୍ଟରେ ଚଳୁଥିଲେ । ସେ ଜଣେ ଶାନ୍ତ, ସରଳ,ମିଷ୍ଟଭାଷୀ,ଧର୍ମ ପରାୟଣ ଓ ପରୋପକାରୀ ବ୍ୟକ୍ତି । ଗ୍ରାମର ସମସ୍ତ ମୂରବୀ ଯୁବ ପ୍ରତିନିଧି ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *