କଟକ ସଦର,୧୯/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ମହାନଦୀର ବାଲିଯାତ୍ରା ତଳ ପଡି଼ଆରେ ଗତକାଲି ରବିବାର ବାଦାମବାଡ଼ି ଥାନା ଅନ୍ତର୍ଗତ ରାଜାଵଗିଚା ଵଢେଇସାହିରେ ଭଡା଼ରେ ରହୁଥିବା ଦଶମ ଶ୍ରେଣୀର ନାବାଳକ ସ୍କୁଲ ଛାତ୍ର ସୁମନ୍ତ ସାହୁ (୧୫)କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ରାଜାଵଗିଚା ସ୍କୁଲର କୌଣସି ଜଣେ ଛାତ୍ରୀ ଙ୍କ ସମ୍ପର୍କୀୟ ଏହି ହତ୍ୟାରେ ସମ୍ପୃକ୍ତ ଅଛି। ସ୍କୁଲର କିଛି ସାଙ୍ଗ ପିଲା ସୁମନ୍ତ କୁ ସ୍କୁଟିରେ ବସାଇ ନେଇଥିବା ସିସି ଟିଭି ଫୁଟେଜ ରୁ ଜଣାପଡିଛି। ତେବେ ଛାତ୍ରୀ ଓ ମୃତକ ସୁମନ୍ତଙ୍କ ମଧ୍ୟରେ ପ୍ରେମ ବ୍ୟାପାରକୁ ନେଇ ଚର୍ଚ୍ଚା ହେଉଛି। ହତ୍ୟାକାଣ୍ଡ ରେ ଜଡିତ ଜଣକୁ ଅଟକ ରଖିଥିବା ବେଳେ ଅନ୍ୟମାନଙ୍କୁ ପୋଲିସ ଖୋଜୁଛି। ଅଟକ ଅଭିଯୁକ୍ତ ଜଣକ ନାଵାଳକ ହୋଇଥିଵାରୁ ତାଙ୍କୁ ଆଜି ଜୁଭେନାଇଲ ଜଷ୍ଟିସ ଵୋର୍ଡରେ ହାଜର କରାଯାଇଛି।ଦଶହରାରେ କଟକ ସହରରେ ଏଭଳି ନାବାଳକଙ୍କୁ ଗଳାକାଟି ବିଭତ୍ସ ଭାବେ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ନାବାଳକ ଛାତ୍ର ସୁମନ୍ତ ର ଘର ବାଙ୍କୀ ବ୍ଲକରେ ହୋଇଥିବାବେଳେ ତାଙ୍କ ପରିବାର କଟକ ରାଜା ବଗିଚା ଅଞ୍ଚଳରେ ଭଡାରେ ରହୁଥିଲେ।
ବାଲିଯାତ୍ରା ତଳ ପଡିଆ ନାବାଳକ ସ୍କୁଲ ଛାତ୍ର ହତ୍ୟା ମାମଲା: ଧରାପଡିଛି ଜଣେ , ସମ୍ପୃକ୍ତ ଅନେକ
