କଟକ ସଦର, ୧୨/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵିରିଵାଟି ଠାରେ ଥିବା ଅଗ୍ରଣୀ ଇଲାଇଟ +୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ଚିନ୍ମୟୀ ଷଡ଼ଙ୍ଗୀଙ୍କ ଆକସ୍ମିକ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ଏଥିପାଇଁ ଇଂରାଜୀ ଅଧ୍ୟାପକ ସୁଦୀପ୍ତ ପତିଙ୍କ ପକ୍ଷରୁ କଲେଜ ପରିସରରେ ଆୟୋଜିତ ଓ ଆଗତ ଶୋକସଭାରେ ଅଧ୍ୟକ୍ଷ, ଅଧ୍ୟାପକ/ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସ୍ୱର୍ଗତାଃ ଅଧ୍ୟାପିକା ଙ୍କ ଆତ୍ମା ର ସଦଗତି ପାଇଁ ନିରଵ ପ୍ରାର୍ଥନା କରିବା ସହିତ ତାଙ୍କର ଗୁଣାଵଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ସୂଚନାଯୋଗ୍ୟ ଯେ ସ୍ୱର୍ଗତାଃ ଷଡ଼ଙ୍ଗୀ ଦୀର୍ଘ ଦିନ ଧରି ସଂସ୍କୃତ ଅଧ୍ୟାପିକା ଭାବେ ଦାୟିତ୍ବ ତୁଲାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରିୟ ହୋଇପାରିଥିଲେ। ଏଥିସହିତ କଲେଜର ସୁପରିଚାଳନା ରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କର ଅକାଳ ମୃତ୍ୟୁରେ ସମସ୍ତଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।