ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର,୧୯/୧୦/୨୦୨୬(ଓଡ଼ିଶା ସମାଚାର)-ଚଳିତ ବର୍ଷ ରାଜ୍ୟର  ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି ଦୃଷ୍ଟିରୁ ଦୁର୍ଗା ପୂଜା ଉତ୍ସବକୁ  ନିରାଡମ୍ବର ଭାବେ ପାଳନ କରିବା ପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ବିଶେଷ କରି ଚାଷୀ ଭାଇ ଭଉଣୀଙ୍କ ବ୍ୟାପକ କ୍ଷୟକ୍ଷତି ଯୋଗୁ ମୁଖ୍ୟମନ୍ତ୍ରୀ ଦୁଃଖିତ ଅଛନ୍ତି । ଏଥିପାଇଁ ଦୁର୍ଗା ପୂଜା ସମୟରେ ,ଦଶହରା ଅବସରରେ ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ ବୁଲି ଦର୍ଶନ କରିବେ ନାହିଁ ।

Leave a Reply

Your email address will not be published. Required fields are marked *