ବିଭିନ୍ନ ପୂଜା ମଣ୍ଡପ ଵୁଲିଲେ ବିଧାୟକ ପ୍ରକାଶ ସେଠୀ

କଟକ ସଦର ୧୯/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗରର ବିଭିନ୍ନ ପୂଜା ମଣ୍ଡପ କୁ ଆଜି ସୋମବାର ମହାଷ୍ଟମୀରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପରିଦର୍ଶନ କରି ମା’ ଦୂର୍ଗା ଓ ହରପାର୍ବତୀ ଙ୍କୁ କୃପା ଭିକ୍ଷା କରିବା ସହିତ ଅଞ୍ଚଳ ବାସୀଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି। ଏହି ଅବସରରେ ପ୍ରତ୍ୟେକ ପୂଜା ମଣ୍ଡପରେ ବିଧାୟକ ଙ୍କୁ ଉତ୍ସସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏଥିରେ ବିଧାୟକ ଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ କିଶନନଗର ମଣ୍ଡଳ ବିଜେପି ସଭାପତି ଚିତ୍ତରଞ୍ଜନ ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାଧୁ ଜେନା, ବିମଳ ପଣ୍ଡା, ଅବିନାଶ ଆନନ୍ଦ ମହାନ୍ତି, ପ୍ରଦୀପ୍ତ ଦାସ, ଶୁଭେନ୍ଦୁ ପଣ୍ଡା, ବିରଞ୍ଚିନାରାୟଣ ପଣ୍ଡା, କ୍ଷିତିନ୍ଦ୍ର ମିତ୍ର, ଦୀପକ ମଣ୍ଡଳ,ସମୀର ସେନାପତି ଙ୍କ ସମେତ ବହୁ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *