ଜଗତସିଂହପୁର,୧୧/୭/୨୦୨୪ (ଓଡ଼ିଶା ସମାଚାର)-ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ଜଗତସିଂହପୁର ଆନୁକୁଲ୍ୟରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜନସଂଖ୍ୟା ସ୍ଥିରତା ସଚେତନତା ଅଡିଓ ଓ ଭିଡିଓ ରଥ ଅତିରିକ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଉଦଘାଟନ କରିଥିଲେ । ସେହି ରଥ ଆଜି ଜଗତସିଂହପୁର ସହରାଞ୍ଚଳରେ ପରିକ୍ରମା କରି ଜନସାଧାରଣ ଙ୍କୁ ସଚେତନ କରିବ ଓ ପରେ ଓ ପି ଡି ସଭାଗୃହଠାରେ ବିଶ୍ୱ ଜନସଂଖ୍ୟା ଦିବସ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଜୁଲାଇ ମାସ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ରୂପେ ପାଳିତ ହୋଇଆସୁଅଛି । ଏହି ଦିବସ ପାଳନର ଉଦେଶ୍ୟ ସଚେତନତାକୁ ବ୍ୟାପକ କରିବା,ସ୍ଥାୟୀ ଓ ଅସ୍ଥାୟୀ ଗର୍ଭ ନିରୋଧ ପଦ୍ଧତି ଦ୍ୱାରା ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଓ ଜନସଂଖ୍ୟା ନିୟନ୍ତ୍ରଣ ହେଲେ ସମାଜ ଓ ଦେଶ ସମୃଦ୍ଧ ହେବ । ଏହା ଦୁଇଟି ପକ୍ଷରେ ବିଭକ୍ତ କରାଯାଇଛି । ପ୍ରଥମ ପକ୍ଷ ଜୁନ ୨୭ ତାରିଖରୁ ଜୁଲାଇ ୧୦ ତାରିଖ ପର୍ୟ୍ୟନ୍ତ ସଚେତନତା କରାଇବା ନିମନ୍ତେ ପୋଷ୍ଟର ଲଗେଇବା , ଲିଫଲେଟ ବଣ୍ଟନ, ଅଡିଓ ଓ ଭିଡିଓ ସହ ମାଇକିଙ୍ଗ ପ୍ରତ୍ୟେକ ବ୍ଲକ ଓ ସହରାଞ୍ଚଳରେ କରାଯାଉଛି । ଆଶା ଦିଦିମାନେ ପ୍ରତ୍ୟେକ ଦମ୍ପତିଙ୍କ ପାଖକୁ ଯାଇ ସେମାନଙ୍କୁ ସରକାରଙ୍କ ଦ୍ୱାରା ଉପଲବ୍ଧ ସମସ୍ତ ପରିବାର ନିୟୋଜନ ପଦ୍ଧତି ବିଷୟରେ ଅବଗତ କରାଉଛନ୍ତି ଓ ସେମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି । ଯିଏ ଯାହା ନେବାକୁ ଇଚ୍ଛା କରୁଛନ୍ତି, ସେ କେଉଁଠାରେ କେଉଁ ସମୟରେ ସୁବିଧାରେ ପାଇପାରିବେ ଜଣାଉଛନ୍ତି । ଚଳିତ ବର୍ଷ ୨୦୨୪-୨୫ର ବିଶ୍ୱ ଜନସଂଖ୍ୟା ସ୍ଥିରତା ପକ୍ଷ ୧୧ ତାରିଖରୁ ଜୁଲାଇ ୨୪ ତାରିଖ ପାଇଁ ସ୍ଥାୟୀ ପଦ୍ଧତି ମହିଳା ବନ୍ଧ୍ୟାକରଣ, କପରଟି , ପୁରୁଷ ବନ୍ଧ୍ୟାକରଣ, ଏବଂ ଇଞ୍ଜେକ୍ସନ ମାଧ୍ୟମରେ ଅସ୍ଥାୟୀ ପଦ୍ଧତିର ଗର୍ଭନିରୋଧ କାର୍ୟ୍ୟକ୍ରମ ରଖାଯାଇଛି । ଗତବର୍ଷ ୨୦୨୩-୨୪ରେ ସ୍ଥାୟୀ ପଦ୍ଧତି ମହିଳା ବନ୍ଧ୍ୟାକରଣ ଏରସମା -୩୬୭,ରଘୁନାଥପୁର -୧୮୭ ଏବଂ ବିରିଡି -୧୪୫ କରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ପୁରୁଷ ବନ୍ଧ୍ୟାକରଣ ଏରସମା -୨୨,ଜଗତସିଂହପୁର(ମଣ୍ଡାସଓହି) -୧୧, କୁଜଙ୍ଗ -୭ କରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଅସ୍ଥାୟୀ ଗର୍ଭନିରୋଧ ପଦ୍ଧତି କପରଟିରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ-୧୨୧୧ ପ୍ରଥମ ସ୍ଥାନ ଜ଼ିଲ୍ଲା ତଥା ରାଜ୍ୟସ୍ତରରେ ମଧ୍ୟ ଅଧିକାର କରିଛନ୍ତି । ସେହିପରି ଏରସମା – ୬୨୨ ଦ୍ଵିତୀୟ ସ୍ଥାନ, ବାଲିକୁଦା ବ୍ଲକ -୪୦୯ ତୃତୀୟ ସ୍ଥାନରେ ଏବଂ ଇଞ୍ଜେକ୍ସନ ଅନ୍ତରା ଏରସମା-୧୩୫୫ ପ୍ରଥମ, ତିର୍ତ୍ତୋଲ ବ୍ଲକ -୮୧୯ ଦ୍ଵିତୀୟ ଏବଂ କୁଜଙ୍ଗ ବ୍ଲକ -୬୦୫ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଜ଼ିଲ୍ଲାସ୍ତରରୁ ଅତିରିକ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ମାନପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ବଦ୍ଧିତ କରିଛନ୍ତି । ଏରସମା ବ୍ଲକ ସମସ୍ତ ପରିବାର ନିୟୋଜନ ପଦ୍ଧତିରେ ଭଲ ପ୍ରଦର୍ଶନ କରିଥିବାରୁ ସୁପେରିଟେଣ୍ଡେଣ୍ଟ ଡାକ୍ତର ଅମିୟ କୁମାର ସ୍ୱାଇଁଙ୍କ ସମେତ ବି. ପି. ଏମ. ଓ ପି. ଏଚ. ଇ. ଓ ଙ୍କୁ ଜ଼ିଲ୍ଲା ଚାମ୍ପିୟନ ରୂପେ ସମ୍ବଦ୍ଧିତ କରାଯାଇଥିଲା । ସେହିପରି ଲାପ୍ରୋସ୍କୋପି ଅର୍ଥାତ ମହିଳା ବନ୍ଧ୍ୟାକରଣ ଅପରେସନ କରିଥିବାରୁ ଡାକ୍ତର ସରୋଜ କୁମାର ଜେନା, ଡାକ୍ତର ପ୍ରମୋଦ କୁମାର ନାୟକ ,ଡାକ୍ତର ସୁକାନ୍ତ କୁମାର ଦଳାଇ , ଡାକ୍ତର ସୁବାଷ ଚନ୍ଦ୍ର ବେହେରା, ଡାକ୍ତର ପ୍ରତାପ କେଶରୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପୁରୁଷ ବନ୍ଧ୍ୟାକରଣରେ ଡାକ୍ତର ଜଗତ ମୋହନ ରଥଙ୍କୁ ଏବଂ ମିନିଲ୍ୟାପ ଅପରେସନରେ ଡାକ୍ତର ଦିଲ୍ଲୀପ ସାଗର ପ୍ରମୁଖଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଜ଼ିଲ୍ଲା ସ୍ତରରୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ ଏ .ଡି.ପି.ଏଚ.ସି.ଓ. ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଜ଼ିଲ୍ଲା ସ୍ତରରୁ ଡି .ପି .ଏମ . ଚକ୍ରଧର ଜେନା, ନୀଳମାଧଵ ରଥ, ସ୍ୱସ୍ତି ମହାନ୍ତି, ସୁଜାତା ଦାସ, ସୁସ୍ମିତା ରାଉତ, ଖୁଲଣା ବେହେରାଙ୍କ ସହ ସମସ୍ତ ନର୍ସିଙ୍ଗ ଅଫିସର, ଡି. ଭି. ଏଲ. ଏମ ପାର୍ଥସାରଥୀ କରଶର୍ମା, ମନୋରଞ୍ଜନ ମହାପାତ୍ର, ଅସିତ ଦାଶ ରାଜେନ୍ଦ୍ର କୁମାର ସେଠୀ, ରଶ୍ମୀକାନ୍ତ ମହାପାତ୍ର, ଇବ୍ରାରାଣୀ ରାଉତ, ବ୍ଲକସ୍ତରରୁ ସୁପରିଟେଣ୍ଡେଣ୍ଟ ,ବି. ପି. ଏମ. , ପି. ଏଚ. ଇ. ଓ. ଙ୍କ ସମେତ ଜଗତସିଂହପୁର ଆଶାକର୍ମୀ ମାନେ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।