ଜାତୀୟ ସ୍ୱେଚ୍ଛ।କୃତ ରକ୍ତଦାନ ଦିବସ

ଜଗତସିଂହପୁର ୦୧/୧୦/୨୦୨୪ (ଓଡ଼ିଶା ସମାଚାର)-ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତୃଘ୍ନ ଦାଶଙ୍କ ଅଧକ୍ଷତାରେ ଜାତୀୟ ସ୍ୱେଚ୍ଛ।କୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଅକ୍ଟୋବର୧ତାରିଖକୁ ଜାତୀୟ ସ୍ୱେଚ୍ଛଓକୃତ ରକ୍ତଦାନ ଦିବସ ରୂପେ ପାଳନ କରାଯାଇଥାଏ । ଆଜି ଏହି ଦିବସ ପାଳନ ଅବସରରେ,ପ୍ରଥମେ ଏକ ଶୋଭାଯାତ୍ରା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ଜ଼ିଲ୍ଲାପାଳଙ୍କ ଅଫିସ ସହ ବଜାର ପ୍ରଦକ୍ଷିଣ କରି ବାର୍ତ୍ତା ଓ ସ୍ଲୋଗାନ ର ସହ ଯାଇଥିଲେ । ତାପରେ ଜ଼ିଲ୍ଲା ରକ୍ତଭଣ୍ଡାର ଠାରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।ଏହି ଶିବିରକୁ ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଉଦ୍ଘାଟନ କରିଥିଲେ । ବିଭିନ୍ନ ସଂଗଠନଙ୍କୁ ସମ୍ମାନିତ କରିବାକୁ ଏକ ସଭା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜନ କରାଯାଇଥିଲା । ବିଭିନ୍ନ ସ୍ୱେଚ୍ଛଓସେବୀ ସଂଗଠନର ଆୟୋଜକ ମାନଙ୍କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତୃଘ୍ନ ଦାଶ ଓ ଅତିରିକ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ ଜେନା ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।ଉକ୍ତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି, ସଂଗଠନ ଆଦି ଯୋଗଦାନ କରିଥିଲେ । ଉକ୍ତ ସଭାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ପାଳନର ଆବଶ୍ୟକତା ଓ ରକ୍ତଦାନ କରିବାରେ ଏମିତି ସହଯୋଗ ନିମନ୍ତେ ସଚେତନତାକୁ ବ୍ୟାପକ କରି ଉତ୍ସାହିତ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଯାହାଦ୍ୱାରା ଆମେ ଦୁର୍ଘଟଣା ଭଳି ବିପଦ ହେଉ ଅବା ଗରିବ ଅସହାୟ ଲୋକଟିଏ ହେଉ ,ଗର୍ଭବତୀ ହେଉ, ପ୍ରସୂତି ହେଉ କି ସିକିଲସେଲ, ଥାଲାସେମିଆ ରୋଗରେ ପୀଡିତ ଶିଶୁ ହେଉ କେହି ଯେମିତି ଟୋପାଏ ରକ୍ତପାଇଁ ଜୀବନ ନଦେଉ ଏହା ଆମର ଆଜି ଦିନର କାମନା ହେଉ ।
ଏ .ଡି .ଏମ. ଡାକ୍ତର ସରୋଜ ଜେନା ମଧ୍ୟ ନିଜ ଅଭିଭାଷଣରେ ଉପରେ କହିଥିଲେ ଯେ ଏହା ଏକ ମହତଦାନ, ତେଣୁ ଆମେ ସମସ୍ତଙ୍କୁ ଉତ୍ସାହିତ କରିବା ,ଯେମିତିକି ପ୍ରତ୍ୟେକ ପରିବାରର ସଦସ୍ୟ ରକ୍ତଦାନ ନିମନ୍ତେ ଆଗେଇ ଆସିବ। ଦରକାର, ଯଦ୍ୱାରା ରକ୍ତର ଅଭାବ ରହିବନାହିଁ । ରକ୍ତଅଭାବରୁ କାହାର ମୂଲ୍ୟବାନ ଜୀବନକୁ ନଷ୍ଟହବାକୁ ଦାବଓନାହିଁ ବୋଲି ସଂକଳ୍ପ କରିବା ସହଯୋଗ ଜାରି ରଖିବାକୁ ଆହ୍ୱାନ କରିଥିଲେ । ବ୍ଳଡ଼ବ୍ୟାଙ୍କ ଅଫିସର ଡାକ୍ତର ପ୍ରିୟନ୍ତ ମେହେର ମଧ୍ୟ କହିଥିଲେ ସଚେତନତା ହଉଯେ ରକ୍ତଦାନ କଲେ କିଛି ଅସୁବିଧା ହୁଏନାହିଁ , ଡରିବାର କିଛିନାହିଁ ,ଏଭଳି ମହତ କାର୍ୟ୍ୟପାଇଁ ସମସ୍ତେ ଆଗେଇ ଆସିବା ଦରକାର । ଡ଼ି.ପି.ଏମ.ଚକ୍ରଧର ଜେନା ରକ୍ତଦାନ କରିବା ଓ କରେଇବା ଦୁଇଟି ଯାକ ମହତକାମ, ତେଣୁଏଦିଗରେ ସଚେତନତା କରିବା ଓ ଆଗାମୀ ଦିନରେ ଜଗତସିଂହପୁର ଜ଼ିଲ୍ଲାରେ କୌଣସି ଲୋକ, ଶିଶୁ ରକ୍ତ ଅଭାବରୁ ମୃତ୍ୟୁ ମୁଖରେ ନପଡନ୍ତୁ । ତ୍ରିଲୋଚନ ସାହୁ ଜ଼ିଲ୍ଲା ଜୁନିଅର ରେଡ଼କ୍ରସ ଅଫିସର, ଗୋପାଳ ଦାସ ଆବାସିକ ନିଶାମୁକ୍ତ ଯୁବ ସଂକଳ୍ପ ଶିଶୁ ଅନନ୍ତ ଆଶ୍ରମ, ଡାକ୍ତର ଶୁଭ କୁମାର ଦାଶ ସାମାଜିକ ସରିଫ ମହାପାତ୍ର ଜଗତସିଂହପୁର ସମାଜ ସେବୀ ମହାସଂଘ, ଆଲୋକ ରଞ୍ଜନ ଦାସ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ ଓ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଜ଼ିଲ୍ଲାସ୍ତରରୁ ହସ୍ପିଟାଲ ମ୍ୟାନେଜର ସଚିନ ସାହୁ ,ସସ୍ମିତା ସାହୁ,ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂ ର ଛାତ୍ରଛାତ୍ରୀ,ବିଭିନ୍ନ ସଂଗଠନର ଆୟୋଜକ ଓ କର୍ମକର୍ତ୍ତା, ସୁପରଭାଇଜ଼ର,ସିକୁରିଟି,ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ଅନ୍ୟକର୍ମଚାରୀମାନେ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *