କଟକ ସଦର,୧୧/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚିକିତ୍ସା କ୍ଷେତ୍ରରେ କଟକ ଏସସିଵି ମେଡ଼ିକାଲ ବିଶ୍ୱସ୍ତରୀୟ ପଥରେ ଅଗ୍ରସର ହେଉଥିବା ବେଳେ ଦଲାଲଙ୍କ କବଳରୁ ମୁକୁଳି ପାରୁନଥିବା ଅଭିଯୋଗ ହୋଇଆସୁଛି। ମେଡ଼ିକାଲ କୁ ଦଲାଲ ମୁକ୍ତ କରିଵାକୁ ପୋଲିସ ବିଭିନ୍ନ ସମୟରେ ପଦକ୍ଷେପ ନେଉଥିବାବେଳେ ତାହା କମିବାର ନାଁ ଧରୁ ନାହିଁ। ଯେଉଁଥିପାଇଁ ରୋଗୀମାନେ ଅଯଥାରେ ଖର୍ଚ୍ଚାନ୍ତ ହୋଇ ନୟାନ୍ତ ହେଉଛନ୍ତି।ଏହି ପରିପ୍ରେକ୍ଷୀରେ ମଙ୍ଗଳାବାଗ ପୋଲିସ ଗତ ଚାରିଦିନ ତଳେ ପାଞ୍ଚଜଣ ଦଲାଲଙ୍କୁ ଗିରଫ କରି ଜେଲ ପଠାଇଥିଲା ଵେଳେ ଆଜି ରବିବାର ଦିନ ରୋଗୀ ସାଜି ତିନି ଜଣ ଦଲାଲଙ୍କୁ ଗିରଫ କରିଥିବା ଜଣାପଡିଛି। ହେଲେ ଏଥିରେ ଅଧିକାଂଶ ଡାକ୍ତରମାନଙ୍କ ଭୁମିକା ଥିବା ଅଭିଯୋଗ କୁ ଏଡାଇ ଦେଇ ହେବ ନାହିଁ। ସମସ୍ତଙ୍କ ପାଇଁ ଏଵେ ସୁନା ଅଣ୍ଡାଦିଆ କୁକୁଡ଼ା ପାଲଟିଛି ଵିସକେୱ।ଇ କାର୍ଡ।ଏହି କାର୍ଡରୁ ପଇସା ଲୁଟିବା ପାଇଁ ଡ଼ାକ୍ତରମାନେ ଦଲାଲଙ୍କ ଜରିଆରେ ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ନେଇଯାଉଥିବା ଅଭିଯୋଗ ହେଉଛି। ହେଲେ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ପଇସା ଲୁଟି ନେବା ପରେ ଦରମଲା କରି ରୋଗୀଙ୍କୁ ଘରକୁ ପଠାଇ ଦେଉଥିବା ଉଦାହରଣ ରହିଛି। ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଁ ଦଲାଲରାଜ ବଢିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।