ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ  ମାଗଣା ପରୀକ୍ଷା ଶିବିର

ଭୁବନେଶ୍ୱର, ୨୦/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ଆଜି ଜୟଦେବ ବିହାର ର ଏନ୍ ୬ ରେ ଡେ କେୟାର ସେଣ୍ଟର ଠାରେ ମହିଳା ମାନଙ୍କ ର ରକ୍ତକଣିକା ର ପରୀକ୍ଷା ଶିବିର ଓ ଇସିଜି ପରୀକ୍ଷା ଶିବିର ମାଗଣା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ନାଗରିକ ଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ମହିଳା ଆସିକି ନିଜର ପରୀକ୍ଷା କରିଥିଲେ। ରାମେଶ୍ୱର ବରିଷ୍ଟ ନାଗରିକ ସଂଘ ର  ସଭାପତି ବିଷ୍ଣୁ ଚରଣ ମହାନ୍ତି, ବଂଶୀଧର ସାହୁ ବିଶ୍ଵାଳ ବାବୁ ଶ୍ରୀକାନ୍ତ ମିଶ୍ର ମନୋରଞ୍ଜନ ମିଶ୍ର ଓ ଅନ୍ୟାନ୍ୟ  ବରିଷ୍ଟ ନାଗରିକ ମାନେ ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଜୟଦେବ ବିହାର ଡେ କେୟାର ସେଣ୍ଟର ର ବରିଷ୍ଠ ନାଗରିକ ମାନେ ସହଯୋଗ କରିଥିଲେ। ‌ସେହି ଅଞ୍ଚଳ ର କର୍ପୋରେଟର ଯୋଗଦାନ କରିଥିଲେ। ସତ୍ୟନଗର ଲେଡିଜ୍ ଫୋରମ୍ ର ସୋଭେଦିତା ରୟ, ଲକ୍ଷ୍ମୀପ୍ରିୟା ମିଶ୍ର, ରୀନା ନାୟକ, ସରୋଜିନୀ ମିଶ୍ର ସହଯୋଗ କରିଥିଲେ। ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଆପୋଲୋ ହସ୍ପିଟାଲ ସହଯୋଗ କରିଥିଲା।

Leave a Reply

Your email address will not be published. Required fields are marked *