ଯାଜପୁର ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ନିରୋଧ ଟାସ୍କ ଫୋର୍ସ ବୈଠକ ଏବଂ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ।

ଯାଜପୁର ୬/୭/୨୦୨୪ (ଓଡ଼ିଶା ସମାଚାର)-ଶିଶୁ ହସିଲେ ଦୁନିଆ ହସେ।ଶିଶୁ ମାନେ ଆଗାମୀ କାଲିର ଭବିଷ୍ୟତ ଓ କର୍ଣ୍ଣଧାର। ଶିଶୁ ମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଓ ଚାରିତ୍ରିକ ଗଠନର ଉତ୍ଥାନ ହେଲେ ସେମାନେ ସମାଜରେ ମଣିଷ ପରି ମଣିଷ ତିଆରି ହୋଇ ରାଷ୍ଟ୍ରର ହିତ ସାଧନରେ ନିଜକୁ ନିୟୋଜିତ କରିପାରିବେ। ସେହିପରି ବାଲ୍ୟ ବିବାହ ସମାଜର ଏକ କଳୁଷିତ ପ୍ରଥା ବା ମାନସିକତା ଅଟେ।ଶିଶୁ ମାନଙ୍କୁ ଏ ସମସ୍ତ ସମସ୍ୟାରୁ ମୁକ୍ତ କରି ସେମାନଙ୍କୁ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଚେତନତା କରିବା ସମାଜର ପ୍ରତ୍ୟେକ ସ୍ତରୀୟ ନାଗରିକ, ସରକାରୀ କର୍ମଚାରୀ, ସ୍ବେଚ୍ଛାସେବୀ ସଙ୍ଗଠନ, ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟତ୍ରୀ, ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ମହିଳା ଓ ଶିଶୁ ବିକାଶ କର୍ମଚାରୀ ସମସ୍ତେ ସାମଗ୍ରିକ ଭାବେ ଉଦ୍ୟମ ଜାରି ରଖିଲେ ଯାଜପୁର ଜିଲାରେ ଶୁନ୍ୟ ବାଲ୍ୟ ବିବାହ  ବଜାୟ ରଖିବାକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିରୋଧ ଟାସ୍କ ଫୋର୍ସ ବୈଠକ ଏବଂ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଉପୋରକ୍ତ ବିଷୟ ପ୍ରକାଶ କରିଛନ୍ତି। ସେହିପରି ତୃଣମୂଳ ସ୍ତରରେ ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ,ଅଙ୍ଗନୱାଡ଼ି  ସୁପର ଭାଇଜର, ଶିଶୁ କଲ୍ୟାଣ ପ୍ରକଳ୍ପ ଅଧିକାରୀ,ବି ଡି ଓ , ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର,ଶିଶୁ ସୁରକ୍ଷା ବିଭାଗ ଅଧିକାରୀ,ସମାଜ କଲ୍ୟାଣ ବିଭାଗ ଅଧିକାରୀ,ଜିଲ୍ଲା ମଙ୍ଗଳ ବିଭାଗ ଅଧିକାରୀ, ଶିକ୍ଷା ବିଭାଗ ଅଧିକାରୀ,ଶିକ୍ଷକ/ଅଭିଭାବକ,ପୋଲିସ ଅଧିକାରୀ ସମସ୍ତେ ଗ୍ରାମ୍ୟ ସ୍ତରୀୟ ଟାସ୍କ ଫୋର୍ସ, ପଂଚାୟତ ସ୍ତରୀୟ ଟାସ୍କ ଫୋର୍ସ, ବ୍ଲକ ସ୍ତରୀୟ ଟାସ୍କ ଫୋର୍ସ ବୈଠକ କରାଇ ନିରନ୍ତର ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁନ ଥିବା ପିଲାମାନଙ୍କ ଗୃହକୁ ଯାଇ ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇ ଯାଜପୁର ଜିଲ୍ଲାରେ ବାଲ୍ୟ ବିବାହ ବନ୍ଦ କରିବା ଦିଗରେ ନିଷ୍ଠାପର ଭାବେ କର୍ତ୍ତବ୍ୟ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ବେଟି ବଚାଓ ଓ ବେଟି ପଢ଼ାଓ  ଯୋଜନା ଅନ୍ତର୍ଗତ ଜିଲ୍ଲା ପ୍ରଶାସନ,ଜିଲ୍ଲା ସମାଜ ମଙ୍ଗଳ ବିଭାଗ,ଶିଶୁ ସୁରକ୍ଷା ବିଭାଗ ଓ ଆକ୍ସନ ଏଡ୍ ,ଯାଜପୁର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସବିତା  ଚ୍ୟାୟୁ ପଟନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି,ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା,ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଶ୍ରୀମତୀ  ରେକ୍ସୋନା ଜେନା ,ଡି ପି ଏଚ ଓ ଡାକ୍ତର ସୁଧାଂଶୁ ଶେଖର ବଳ ପ୍ରମୁଖ ଯୋଗ ଦେଇ ବାଲ୍ୟ ବିବାହ ନିରୋଧ ବିଭିନ୍ନ ନିର୍ଯ୍ୟାସ ସମ୍ଵନ୍ଧରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପୂର୍ବତନ ସରପଞ୍ଚ,ଗୋବରଘାଟି ତଥା ସମାଜ ସେବୀ,ସୁକିନ୍ଦା ବ୍ଲକ ଶ୍ରୀମତୀ ସ୍ୱର୍ଣଲତା ବନର, ଆଦ ଭିକ ଚାମ୍ପିଅନ କୁମାରୀ ସୁପ୍ରଭା ନନ୍ଦ, ଆଦ ଭିକ ଚାମ୍ପିଅନ କୁମାରୀ   ଲିପା ରାଣୀ ପଲାଇ, କିଶୋରୀ ଚାମ୍ପିଅନ କୁମାରୀ ଜ୍ୟୋତି ଦାସ,କିଶୋରୀ ଚାମ୍ପିଅନ କୁମାରୀ ସ୍ୱାଗତିକା ସାହୁ ଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ଜିଲ୍ଲାପାଳ ପୂର୍ସକୃତ କରିଥିଲେ। ସଭାର ସମସ୍ତ କାର୍ଯ୍ୟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର ସଞ୍ଚାଳନ କରିଥିଲେ ଓ ଧନ୍ୟ ବାଡ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବ୍ଲକର ବିଡ଼ିଓ, ଏବିଡିଓ,ସି ଡି ପି ଓ,ବିଭିନ୍ନ   ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା, ବିଭିନ୍ନ ବିଭାଗର ଅଧିକାରୀ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *