ରଘୁନାଥ ଆଦର୍ଶ ଉଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

ନିରାକାରପୁର, ୬/୭/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ରଘୁନାଥ ଆଦର୍ଶ ଉଚ ମାଧ୍ୟମିକ ବିଦ୍ୟାଳୟ ଓଳସିଂହ ଠାରେ ବନ ମହୋତ୍ସବ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଜାତୀୟ୍ ସେବା ସଂସ୍ଥା ଓ ଯୁବ ରେଡକ୍ରସ୍ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ସୁଧାଂଶୁ ଭୁଷଣ ଦାଶଙ୍କ ଅଧ୍ୟକ୍ଷତା ରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ କରାଯାଇଥିଲା । ଏହି କାର୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଙ୍କ ଦ୍ଵାରା ବିଦ୍ୟାଳୟ୍ ପରିସରରେ ୨୦୦ ଚାରା ରୋପଣ କରାଯାଇଥିଲା।ଏହି କର୍ୟକ୍ରମକୁ ଜାତୀୟ ସେବା ଅଧିକାରୀ କ୍ଷଣପ୍ରଭା ଚମ୍ପତିରାୟ ଓ ଯୁବ ରେଡକ୍ରସ ଅଧିକରୀ ବିଶ୍ୱଦୀପ ଦାସ ପରିଚାଳନା କରିଥିଲେ। .କାର୍ୟ୍ୟକ୍ରମ ଶେଷରେ ମାନବ ଜୀବନ ରେ ବୃକ୍ଷର ଉପକାରୀତା ଉପରେ ଆଲୋକପାତ କରାଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଂଟନ କରାଜାଇଥିଲା।

Leave a Reply

Your email address will not be published. Required fields are marked *