ଜାତୀୟ ସମ୍ବିଧାନ ଦିବସ ପାଳିତ

ଲକ୍ଷ୍ମୀପୁର,୨୬/୧୧/୨୦୨୩ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଆଜି ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଭାଗର ଜାତୀୟ ସେବା ଯୋଜନା ୟୁନିଟ୍, ଯୁବ ରେଡକ୍ରସ ୟୁନିଟ୍ ଓ ମୋ କଲେଜ ଅଭିଯାନ ତରଫରୁ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ତରଫରୁ ଭାରତୀୟ ସମ୍ବିଧାନ ସମ୍ବନ୍ଧରେ ବର୍ଣ୍ଣନା କରି ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ବିଷୟରେ ସବିଶେଷ ଆଲୋଚନା କରା ଯାଇଥିଲା। ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତଥା ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମକୁ ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଦୁର୍ୟ୍ୟୋଧନ ସାହୁ ଏବଂ ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ଯଶୋବନ୍ତ ଗରଡା ପରିଚାଳନା କରିଥିଲେ ଏବଂ ଛାତ୍ର ଭାରତ ନାଏକ, ତୁଷାର ନାଏକ, ଜଳନ୍ଧର ତୁନୁକା, ଭାଷ୍କର ହାରାକା ଓ ଭୋଳାଶଙ୍କର ମିଣିଆକା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *