ବିଜେଡିର ଦୁର୍ନିୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର ବ୍ଲକ୍ ଘେରାଉ     

ରଘୁନାଥପୁର, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟରେ ୨୪ବର୍ଷ ହେଲା ରାଜ୍ୟସରକାର ଦୁର୍ନିତୀ, ଭ୍ରଷ୍ଟାଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୁଦ୍ଧରେ ବିଜେପି ପକ୍ଷରୁ ଆଜି ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିଜେପି ନେତା ବରିଷ୍ଠ ଆଇନଜୀବି ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଥିଲେ  । ଏଥିରେ ବିଜେପି ନେତା ଶ୍ରୀ ବେହେରା ରାଜ୍ୟସରକାରଙ୍କ ବିରୁଦ୍ଧରେ ବିଶୋଦ୍ଗାର କରିବା ସହିତ ରାଜ୍ୟରେ ଦୁର୍ନିତୀ ଚରମ ସୀମାରେ ପହଁଚିିଛି ବୋଲି କହିବା ସହିତ ଆଗାମୀ ନିର୍ବାଚନରେ ରାଜ୍ୟରୁ ବିଜେଡି ସରକାରକୁ ଗାଦିଚୁ୍ୟତ କରିବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ  । ଏହି ଘେରାଉ କାର୍ଯ୍ୟକ୍ରମରେ ବିଜେପି ନେତା ଆଇନିଜୀବି ଗଗନ ଦାଶ, ଅଶୋକ କୁମାର ମହାରଣା, ଜିଲା ବିଜେପି ଉପସଭାପତି ସତ୍ୟବ୍ରତ ପଣ୍ଡା, ସୌଭାଗ୍ୟ କୁମାର ମହାନ୍ତି, ଜିଲା ବିଜେପି ସମ୍ପାଦକ ସୁବାସ ଜେନା, ମଣ୍ଡଳ ସଭାପତି ସୁକାନ୍ତ ମହାନ୍ତି, ପ୍ରଭଞ୍ଜନ ମଲିକ୍, ଶିବପ୍ରସାଦ ଦାସ, ଲୁଭେନ୍ଦ୍ର ମିଶ୍ର, ଦିବାକର ସାହୁ, ଅଜୟ ସ୍ୱାଇଁ, ନବକିଶୋର ମଲିକ୍, ପ୍ରହଲ୍ଲାଦ ପଣ୍ଡା, କମଳଲୋଚନ ଜେନା, ସୁଦର୍ଶନ ସ୍ୱାଇଁ, ଗୌରାଙ୍ଗ ସେନାପତି, ବାପି ସିଂ, ରମେଶ ପ୍ରଧାନ, ସୌମ୍ୟରଞ୍ଜନ ଭୂୟାଁ, ବିନୋଦ ପଟ୍ଟନାୟକ, ସ୍ୱରାଜ ସାମଲ, ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖ ଶତାଧିକ ବିଜେପି କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ଆସି ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିବା ସହିତ ରାଜ୍ୟସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ  ।

Leave a Reply

Your email address will not be published. Required fields are marked *