ଭୁବନେଶ୍ୱର,୬/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ସତ୍ୟନଗର ଲେଡିଜ୍ ଫୋରମ୍, ସତ୍ୟନଗର ବରିଷ୍ଠ ନାଗରିକ ମଞ୍ଚ ର ମିଳିତ ଆନୁକୂଲ୍ୟରେ ଆଜି ସତ୍ୟନଗର କ୍ରିମୋଟୋରିଅମ୍ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସମସ୍ତେ ଜାଣିଛନ୍ତି ଆଜି ହେଉଛି ୭୫ତମ ବନମହୋତ୍ସବ କାର୍ଯ୍ୟକ୍ରମ। ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ବାର୍ତ୍ତା ଅନୁସାରେ ଯେ ନିଜର ମାଆଙ୍କ ଉଦ୍ଦେଶ୍ୟରେ ଗଛ ଟିଏ ଲଗାନ୍ତୁ। ଏହି ସୁନ୍ଦର ବାର୍ତ୍ତା ଉଦ୍ଦେଶ୍ୟ ରେ ଆମେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲୁ।ଏହି ସୁନ୍ଦର କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ଶ୍ରୀଯୁକ୍ତ ରୁଦ୍ର ସାମନ୍ତରାୟ, ଶ୍ରୀମତୀ ମନସ୍ଵିନୀ ଜେନା ସମାଜସେବୀ ଅତିଥି ରୂପେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ମଞ୍ଚ ର ସଦସ୍ୟ ମାନେ ଯଥା ଭୂବନମୋହନ ପଟ୍ଟନାୟକ, ନିତ୍ୟାନନ୍ଦ ପଣ୍ଡା, ଅଶୋକ ପଣ୍ଡା, କିଶୋର ଚନ୍ଦ୍ର ସାହୁ,
ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ଷଡ଼ଙ୍ଗୀ, ମାନସ ନାୟକ, ଗିରୀଶ ମିଶ୍ର ଏବଂ ସତ୍ୟନଗର ଲେଡିଜ୍ ଫୋରମ୍ ର ସୋଭେଦିତା ରୟ, ଦିପ୍ତି ବେହେରା, ଲକ୍ଷ୍ମୀପ୍ରିୟା ମିଶ୍ର, ରୀନା ନାୟକ, ରାନୁବାଳା , ଗୋବିନ୍ଦ ପାତ୍ର,ସୂର୍ଣ୍ଣବାଳା ନାୟକ ଯୋଗଦାନ କରିଥିଲେ। ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ସତ୍ୟନଗର କ୍ରିମୋଟୋରିଅମ୍ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
