ଓଡିଶା ସାହିତ୍ୟ ଏକାଡେମୀ ସ୍ଵ ନକ୍ଷତ୍ର ଦିବସ ୨୦୨୪ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

ଜଗତସିଂହପୁର, ୫/୭/୨୦୨୪ (ଓଡ଼ିଶା ସମାଚାର)-ଆଜି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଶ୍ରୀ କୃଷ୍ଣ ଏକାଡେମୀ ପରିସରରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ର ସ୍ଵ ନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି, ସାହିତ୍ୟ ସମ୍ପର୍କୀତ ସାଧାରଣ ଜ୍ଞାନ ଓ ଅନୁବାଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ଦୁଇଟି ବିଭାଗ କନିଷ୍ଠ ବର୍ଗ(କ) ଓ ବରିଷ୍ଠ ବର୍ଗ(ଖ) ରେ ଅନୁଷ୍ଠିତ ହୋଇଥିଲା। ‘କ’ ବିଭାଗ ରେ ଓଡିଶା ଆଦର୍ଶ ବିଦ୍ୟାଳୟ, କୋରକେରା ,ରଘୁନାଥ ପୁରର ପ୍ରାଚୀ ମିଶ୍ର ବକ୍ତୃତା ରେ ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ, କୋରକେରା ,ରଘୁନାଥ ପୁରର ଇତିଶ୍ରୀ ସେନାପତି ପ୍ରବନ୍ଧ ରେ, ଶ୍ରାବଣୀ ନାଥ,ସରକାରୀ ଉଚ୍ଚ ବିଦ୍ୟାଳୟ, ରସୁଲ ପୁର,କବିତା ଆବୃତ୍ତି ରେ, ‘ସାହିତ୍ୟ ସମ୍ପର୍କୀତ ସାଧାରଣ ଜ୍ଞାନ ରେଓଡିଶା ଆଦର୍ଶ ବିଦ୍ୟାଳୟ, କୋରକେରା ,ରଘୁନାଥ ପୁରର ବିଶ୍ଵନାଥ ସେନାପତି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ‘ଖ’ ବିଭାଗ ରେ ଗୋପବନ୍ଧୁ ସ୍ମାରକୀ ଉଚ୍ଚ ବିଦ୍ୟାଳୟ, ତିରୁଣା ନାଉଗାଁ ର ଅନୁଷ୍କା ସ୍ଵାଇଁ ବକ୍ତୃତା ରେ ପ୍ରଥମ, ବାଳିକା ଉଚ୍ଚ ବିଦ୍ୟାଳୟ, ଅଳାଭର ର ଅଙ୍କିତା ରଥ ପ୍ରବନ୍ଧ ରେ, କେନ୍ଦ୍ରୀୟ ବିଦ୍ୟାଳୟ, ଜଗତସିଂହପୁର ର ଦୀପଶିଖା ମିଶ୍ର କବିତା ଆବୃତ୍ତି ରେ, ବେନୁବାବା ସରକାରୀ ଉଚ୍ଚ ବିଦ୍ୟାଳୟ ,ସଭାମୂଳ ର ରିତେଶ କୁମାର ଭୋଳ ସାହିତ୍ୟ ସମ୍ପର୍କୀତ ସାଧାରଣ ଜ୍ଞାନ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ଆସନ୍ତା ୧୪.୦୭.୨୪ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ୧୭.୦୭.୨୪ ଦିନ ଦିବା ୧୦ ଘଟିକା ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଠାରେ ଏକତ୍ରୀତ ହେବା ସହ ପୁନଶ୍ଚ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଓଡିଶା ସାହିତ୍ୟ ଏକାଡ଼େମୀର ସ୍ଵ ନକ୍ଷତ୍ର ଦିବସ ୨୫.୦୭.୨୪ ରିଖ ଦିନ ଭୁବନେଶ୍ଵର ର ଭଞ୍ଜ କଳା ମଣ୍ଡପ ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଶରତ ଚନ୍ଦ୍ର ବାରିକ, ନଗେନ୍ଦ୍ର ପଣ୍ଡା, ବିଜୟ କୁମାର ରଥ, ଉମାକାନ୍ତ ନାୟକ, ଡଃ ଜ୍ୟୋତିର୍ମୟୀ ମହାନ୍ତି, ଶରତ ମହାରଣା, କୈଳାସ ଚନ୍ଦ୍ର ସ୍ଵାଇଁ, କୈଳାସ ପରିଡା, ସୁକାନ୍ତ ରାୟ, ନିକୁଞ୍ଜ କିଶୋର ବେହେରା, ପ୍ରତାପ କିଶୋର ମହାପାତ୍ର, ନିରଞ୍ଜନ ମହାନ୍ତି ବିଚାରକ ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତା ଶେଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା, ମାଟି ଓ ମାତୃଭାଷା ର ଉନ୍ନତି ଦିଗରେ ଯତ୍ନବାନ୍ ହେବାପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଶ୍ଵ ପ୍ରସିଦ୍ଧ ବୋଲି କହିଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ଯୋଗଦେଇଥିଲେ। ଶେଷରେ ସମସ୍ତ ଅତିଥି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ସଭାକାର୍ୟ୍ୟ ପରିଚାଳନା କରିଥିଲେ। ଜିଲ୍ଲା ସଂସ୍କୃତି ବିଭାଗ କନିଷ୍ଠ ସହାୟକ ନଳିନୀ କାନ୍ତ ସାହୁ,ବୈଶାଖୀ ଶୁକ୍ଳା ଓ ରାଧାମୋହନ ଜେନା ପ୍ରତିଯୋଗିତା ପରିଚାଳନା ରେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *