ବାଲିଆ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଜିଲା ସ୍ତରୀୟ ବିଜ୍ଞାନ ମେଳା

କେନ୍ଦ୍ରାପଡ଼ା,୦୮/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବାଲିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶା,ଭୁବନେଶ୍ୱର ଆନୁକୂଲ୍ୟରେ ଏକ ଜିଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପରିଚାଳନା ସମିତି ସଭାପତି ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂସ୍ଥାନର ଜିଲା ପ୍ରଭାରୀ ସତ୍ୟବ୍ରତ ରଥ ପ୍ରତିଯୋଗିତାର ନିୟମାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ରତ୍ନାକର କ୍ଲଷ୍ଟରର ସିଆରସିସି ପ୍ରସନ୍ନ କୁମାର ନାୟକ, ହାଟବାଣପୁର କ୍ଲଷ୍ଟରର ସିଆରସିସି ନିର୍ମଳ କୁମାର ଜେନା, ରାଧାମୋହନଜୀଉ ବୈଷୟିକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସେକ ମୋହିଉଦ୍ଧିନ ଖାନ ପ୍ରମୁଖ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକର ନିରୀକ୍ଷଣ କରି ମୂଲ୍ୟାୟନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ରାଜଗୋପାଳ ମହାନ୍ତି, ସଦସ୍ୟ ନାରାୟଣ ସ୍ୱାଇଁ ଓ ମୁରଲୀଧର ରଥ ଯୋଗଦେଇ ପ୍ରମାଣପତ୍ର ଓ ମେଡାଲ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବିଭୂତିରଞ୍ଜନ ରାଉତଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମାମାନଙ୍କ ସହଯୋଗରେ ଅନୁଷ୍ଠିତ ଏହି ବିଜ୍ଞାନମେଳାରେ ଜିଲାର ୮ଟି ବିଦ୍ୟାଳୟର ୬୦ରୁ ଉଦ୍ଧ୍ୱର୍ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।

Leave a Reply

Your email address will not be published. Required fields are marked *