ସମାଜସେବୀ ଜଗଦୀଶ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ।

  କଟକ, ୫/୭/୨୦୨୪ (ଓଡ଼ିଶା ସମାଚାର)-୪୨ ମୌଜା  ବେଣ୍ଟକାର ଗ୍ରାମର ସମାଜସେବୀ ଜଗଦୀଶ ପ୍ରସାଦ ଦାସ(ହାଡିଆ)ଙ୍କର ୬୧ ବର୍ଷରେ ପରଲୋକ ହୋଇଯାଇଛି। ସେ ୪୨ ମୌଜା ଅଞ୍ଚଳରେ ଶିକ୍ଷାର ପ୍ରଚାର ଓ ପ୍ରସାର ନିମନ୍ତେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର  ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ  । କୁଳସରିଚୁଆଁ ଓ ପରମହଂସ ଠାରେ ଦୁଇଗୋଟି ସେବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରତିଷ୍ଠା କରି ପରିଚାଳନା ସହିତ ନିୟମିତ ରକ୍ତଦାନ କରୁଥିଲେ । ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ସାମାଜିକ କର୍ମରେ  ଜଡ଼ିତ ଥିବା ସହିତ ରାଷ୍ଟ୍ରୀୟ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ  । ତାଙ୍କର ଦୁଇ କନ୍ୟା ରୁପଲ ପ୍ରିୟଦର୍ଶିନୀ,ପିପଲ ପ୍ରିୟଦର୍ଶିନୀ,ପତ୍ନୀ ବିଷ୍ଣୁପ୍ରିୟା ପଟ୍ଟନାୟକ,ଆତ୍ମିୟ ସ୍ୱଜନ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା । ତାଙ୍କର ଆକସ୍ମିକ ବିୟୋଗରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *