କଟକ ସଦର, ୪/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସାଧାରଣ ନିର୍ବାଚନ ଗଣତିକୁ ଏକମାସ ହୋଇଥିବା ବେଳେ ନିର୍ବାଚନ ହାରିଯିଵା ପରଠାରୁ କଟକ ସଦରର ପୂର୍ବତନ ବିଜେଡ଼ି ବିଧାୟକ ଚନ୍ଦ୍ର ସାରଥି ବେହେରା ନିର୍ବାଚନ ମଣ୍ଡଳୀ ଉପରୁ ମୁହଁ ଫେରାଇ ନେଇଥିବାକୁ ନେଇ କର୍ମୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ନିଜର କର୍ମମୟ କ୍ଷେତ୍ର ସଦରକୁ ଛାଡି ଚନ୍ଦ୍ର ସାରଥି ବେହେରା ଏଵେ ତାଙ୍କର ଓ ବାପା ସ୍ୱର୍ଗତ କାଳିନ୍ଦୀ ବେହେରାଙ୍କ ପୁରୁଣା କ୍ଷେତ୍ର ସାଲେପୁର କୁ ଫେରିଯାଇ ସଂଗଠନ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଏଥିପାଇଁ କଟକ ସଦର ବିଜେଡ଼ି ମୁରଵୀ ଶୁନ୍ୟ ହେବା କୁ ଯାଉଥିବାବେଳେ କର୍ମୀ ମାନେ ଆଶା ଆଶଙ୍କାରେ ରହିଥିବା ଜଣାଯାଇଛି। ଏପରି ସ୍ଥଳେ ସଂଗଠନ ଠାରୁ ଦୁରେଇ ରହି କେବଳ ନିଜ ନିଜର ସ୍ୱାର୍ଥ ସାଧନ ପାଇଁ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ଙ୍କ ଚାରି ପାଖରେ ଘେରି ରହିଥିବା ତଥାକଥିତ କୋଟେରୀ ଗୋଷ୍ଠୀ ଙ୍କର ମଧ୍ୟ ଆଜିକା ଦିନରେ ଦେଖା ଦର୍ଶନ ମିଳୁନାହିଁ। ଯେଉଁଥିପାଇଁ ବିଜେଡ଼ି ସଂଗଠନ ଦିଗହରା ହେବା ସମ୍ଭାବନା ଦେଖାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ବିଜେଡ଼ି ସରକାର ର ପତନ ପାଇଁ ଭୈରବ କାର୍ତ୍ତିକେୟ ପାଣ୍ଡିଆନ ଓ ବିଜେଡ଼ି ର ସଂଗଠନ ସଂପାଦକ ଵଵି ଓରଫ ପ୍ରଣବ ପ୍ରକାଶ ଦାସ ସଂପୂର୍ଣ୍ଣ ଦାୟି ବୋଲି କଟକ ସଦର ର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ଖୋଲାଖୋଲି ମତବ୍ୟକ୍ତ କରିଛନ୍ତି। ଏଥିପାଇଁ ଵଵି ଦାସ ଓ ତାଙ୍କ ମା ଙ୍କୁ କର୍ମଫଳ ଭୋଗିବାକୁ ପଡ଼ିଛି ବୋଲି ଶ୍ରୀ ବିଶ୍ୱାଳ ମଧ୍ୟ କହିଛନ୍ତି। ତୁରନ୍ତ କଟକ ସଦର ବିଜେଡ଼ି ଦାୟିତ୍ଵ ପ୍ରତି ଦୃଷ୍ଟି ଦେବାକୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି ହେଉଛି।