କନ୍ଦରପୁର ଓଭରଵ୍ରିଜ୍ କାମ ତ୍ୱରାନ୍ୱିତ,ବାଧକ ସାଜିଛି ମୁଣ୍ଡା ସାହି ଵସ୍ତି

କଟକ ସଦର , ୪/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ଦିନର ପ୍ରତିକ୍ଷା ର ଅନ୍ତ ଘଟାଇ ଆବଶ୍ୟକତା ଦୃଷ୍ଟିରୁ ନିର୍ମାଣ ହେବାକୁ ଯାଉଛି କନ୍ଦରପୁର ରେଲୱେ ରାସ୍ତା ଉପରେ ଓଭରଵ୍ରିଜ୍। ପ୍ରକାଶ ଯେ ଦୀର୍ଘଦିନର ଦାବି ପରେ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଆନ୍ତରିକ ପ୍ରତିଶ୍ରୁତି ପାଇଁ ଓଭରଵ୍ରିଜ୍ କାର୍ୟ୍ୟ ତ୍ବରାନ୍ବିତ ହୋଇଛି।କଟକ ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥର ଏଵଂ କଟକ ପାରାଦୀପ ରେଳ ରାସ୍ତାର କନ୍ଦରପୁର ଲେଵଲକ୍ରସିଂ ଠାରେ ଓଭରଵ୍ରିଜ୍ ନିର୍ମାଣର ଆବଶ୍ୟକତା ଥିଲା। ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ରେଳ ବିଭାଗର ପଦସ୍ଥ ଯନ୍ତ୍ରୀ ଓ ଏନ୍ ଏଚ୍ ର ପଦସ୍ଥ ଯନ୍ତ୍ରୀ ମାନେ ନିରୁପିତ ସ୍ଥାନରେ ଓଭରଵ୍ରିଜ୍ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରେ ଏଡିଇଏମ୍ (୨) କଟକ ଇଂ ସନ୍ତୋଷ କୁମାର ସାହୁ, ଏସ୍ ଏସ୍ ଇ (ନିର୍ମାଣ) ଇଂ ପଦ୍ମଲୋଚନ ମିଶ୍ର, ଜାତୀୟ ରାଜପଥ କଟକ ବିଭାଜନ ର ନିର୍ବାହୀ ଯନ୍ତ୍ରୀ ଇଂ କମଳ ଲୋଚନ ସ୍ୱ।ଇଁ,ଏସଏସଇ ପି ଡଵ୍ଲ୍ୟୁ ଏ ୱ।ଇ ରଞ୍ଜନ ବଲ୍ଲଭ ରାଉତ, ସ୍ମୃତି ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟ ତଦାରଖ କରିଥିବା ଜଣାପଡିଛି। ସବୁ ସତ୍ୱେ ନ୍ୟାୟାଳୟରେ ମାମଲା ଥିବା କାରଣରୁ ମୁଣ୍ଡାସାହି ବସ୍ତି ଉଚ୍ଛେଦ ହେଉନଥିବାରୁ ଓଭରଵ୍ରିଜ୍ କାର୍ୟ୍ୟ ବାଧାପ୍ରାପ୍ତ ହେବା ସମ୍ଭାବନା ଅଧିକ ରହିଛି।

Leave a Reply

Your email address will not be published. Required fields are marked *