ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଷ୍ଟାଫ୍ କ୍ୱ।ର୍ଟର ନିର୍ମାଣରେ ଅନିୟମିତତା, ଭିଜିଲାନ୍ସ ତଦନ୍ତ ଆରମ୍ଭ 

କଟକ ସଦର,୦୨/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜା ଵେଣ୍ଟକାର ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ନିର୍ମାଣାଧୀନ ଷ୍ଟାଫ୍ କ୍ୱ।ର୍ଟର ଅନିୟମିତତା ମଧ୍ୟରେ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ଏପରିକି ଅସରାଏ ବର୍ଷାରେ ନିର୍ମିତ ଫାଉଣ୍ଡେସନ ଭୁଷୁଡ଼ି ପଡ଼ିବାରୁ ନିମ୍ନ ମାନର କାମ ଲୋକଲୋଚନକୁ ଆସିଥିଲା। ଅନ୍ୟପକ୍ଷରେ ନିର୍ମାଣ ସ୍ଥଳକୁ ବିଭାଗୀୟ ଯନ୍ତ୍ରୀ ଆସୁନଥିବା ଅଭିଯୋଗ ମଧ୍ୟ ହୋଇଛି।ଏ ସମ୍ପର୍କରେ ଗତମାସ ୨୨ ତାରିଖରେ ‘ଓଡିଶା ସମାଚାର’ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା ବେଳେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏଥିପାଇଁ ଭିଜିଲାନ୍ସ ତଦନ୍ତ ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଭିଜିଲାନ୍ସ ଟିମ୍ ରାସ୍ତା ଓ କୋଠାବାଡ଼ି ବିଭାଗରୁ ନିର୍ମାଣାଧୀନ କ୍ୱ।ର୍ଟରର କାଗଜପତ୍ର ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଷ୍ଟାଫ୍ କ୍ୱ।ର୍ଟର ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ!

Leave a Reply

Your email address will not be published. Required fields are marked *