କଟକ ସଦର ରାଜନୀତି: ସାରଥି ଵ୍ରଦର୍ସଙ୍କୁ ନେଇ ଚର୍ଚ୍ଚା –

ଭାଇ ଚନ୍ଦ୍ର ସାରଥିଙ୍କ ପାଇଁ ପାଞ୍ଚ ବର୍ଷ ପରେ ପୁଣି ବାହାରିଲେ ସୂର୍ଯ୍ୟ ସାରଥି

କଟକ ସଦର, ୧୧/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ହେବା ପରେ ପୁରୁଣା କିଶନନଗର ଓ କଟକ ସଦରର କିଛି ଅଂଶ ଅର୍ଥାତ୍ କଟକ ମହାନଗର ନିଗମର ୬ ଟି ୱ।ର୍ଡ, କଟକ ସଦର ଵ୍ଲକର ୨୩ ଟି ପଞ୍ଚାୟତ ଓ ନିଶ୍ଚିନ୍ତକୋଇଲି ବ୍ଲକର ୧୪ ଟି ପଞ୍ଚାୟତ କୁ ନେଇ ୯୩ ନମ୍ବର କଟକ ସଦର ସଂରକ୍ଷିତ ବିଧାନ ସଭା ଆସନ ପ୍ରତିଷ୍ଠା ଲାଭ କଲା। ଏଥିରେ ୨୦୦୯ ର ପ୍ରଥମ ବିଜେଡି ବିଧାୟକ ଭାବେ ନୂଆ ନିର୍ବାଚନ ମଣ୍ଡଳୀରେ ନୂଆ ପ୍ରାର୍ଥୀ ସ୍ୱର୍ଗତ କାଳିନ୍ଦୀ ବେହେରାଙ୍କୁ ପୁତୁରା କୁନା ଓରଫ ସୂର୍ଯ୍ୟ ସାରଥି ବେହେରା ନିର୍ବାଚିତ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ। ସେହିପରି ଏକା ଢଙ୍ଗରେ ୨୦୧୪ ରେ ସାନଭାଇ ଚନ୍ଦ୍ର ସାରଥି ବେହେରାଙ୍କୁ ନିର୍ବାଚନ ବୈତରଣୀ ପାର କରାଇଥିଲେ। ଏମିତି କ’ଣ ହେଲା କେଜାଣି କୁନା ବାବୁଙ୍କ ଲୋକପ୍ରିୟତା ଓ ସାଂଗଠନିକ ଦକ୍ଷତା ବୃଦ୍ଧିପାଉଥିଵା ବେଳେ ନିର୍ବାଚନ ସରିବା ପରେ ପରେ ସିଏ ମଇଦାନରୁ ଉଭାନ ହୋଇଯିଵାକୁ ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା। ହେଲେ ୨୦୧୯ ନିର୍ବାଚନ ସମୟରେ ପୁଣି ଭାଇ ଚନ୍ଦ୍ର ସାରଥି ଙ୍କ ପାଇଁ ଆବିର୍ଭାବ ହୋଇ ପୁଣି ଭୋଟ ପରେ ଅନ୍ତର୍ଦ୍ଧାନ ହୋଇଗଲେ। ଏଵେ ସେହି ଏକା ଢଙ୍ଗରେ ୫ ବର୍ଷ ପରେ ପୁଣି ସେହି ଭାଇ ଚନ୍ଦ୍ର ସାରଥିଙ୍କ ପାଇଁ ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳୁଛି। ହେଲେ ଏଥର ଲୋକଙ୍କର ପ୍ରଶ୍ନ ଯେ ପୁଣି ଭୋଟ ପରେ ଆମକୁ ସେହି ଏକା ଦଶା ଭୋଗିବାକୁ ପଡ଼ିବ ନାହିଁ ତ? ଅନ୍ୟ ପକ୍ଷରେ ଏଭଳି ପ୍ରଶ୍ନରେ ସୂର୍ଯ୍ୟ ସାରଥି କେତେକାଂଶରେ ନିରବ ରହୁଥିବା ବେଳେ ଅପରପକ୍ଷରେ ତାଙ୍କ ମୁହଁକୁ ଅନାଇ ଅନେକ ଭୋଟ ଦେବାକୁ କହୁଥିବା ଜଣାପଡିଛି। ତେବେ ଆଗାମୀ ଦିନରେ କୁନା ଵାଵୁ ମଇଦାନରେ ରହୁଛନ୍ତି ନାଁ ପୂର୍ଵ ୧୦ ବର୍ଷ ପରି ଉଭାନ ହେଉଛନ୍ତି ତାକୁ କେବଳ ଦେଖିବାକୁ ବାକି ରହିଲା। ସେହିପରି ଆଞ୍ଚଳିକ କୁଜି ନେତା ଓ ତାଙ୍କ ଉପରିସ୍ଥ ନେତା ମାନଙ୍କ ପାଇଁ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ର ସମସ୍ୟା ଦେଖାଦେଉଛି ବୋଲି ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *