ଭୁବନେଶ୍ୱର,୦୭/୧୧/୨୦୨୪ (ଓଡ଼ିଶା ସମାଚାର)- ବିଂଶ ଶତାବ୍ଦୀରେ ଦେଶରେ ସଙ୍ଗଠିତ ହୋଇଥିବା ମହାନ୍ ଅକ୍ଟୋବର ବିପ୍ଲବ/ସମାଜବାଦୀ ବପ୍ଲବର ୧୦୭ତମ ବାର୍ଷିକୀ ଉପଲକ୍ଷେ ସି.ପି.ଆଇ.(ଏମ୍) ରାଜ୍ୟ ଅଫିସ୍ ପରିସରରେ ବରିଷ୍ଠ ସି.ପି.ଆଇ.(ଏମ୍) ନେତା ଜନାର୍ଦ୍ଧନ ପତି ଲାଲ୍ ପତାକା ଉତୋଳନ କରିଥିଲେ ।
ଏହି ଅବସରରେ ଜନାର୍ଦ୍ଧନ ପତିଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନା ସଭାରେ ବକ୍ତବ୍ୟ ରଖି ସେ କହିଲେ ଯେ ପ୍ରଥମେ ୧୯୧୭ରେ ଫେବୃଆରୀ ବିପ୍ଲବ (ପୁରୁଣା କ୍ୟାଲେଣ୍ଡର ଅନୁଯାୟୀ ମାର୍ଚ୍ଚ ୮ ରୁ ମାର୍ଚ୍ଚ ୧୬) ସଙ୍ଗଠିତ ହୋଇଥିଲା । ଏହା ଥିଲା ପୁଞ୍ଜିବାଦୀ ଗଣତାନ୍ତ୍ରିକ ବିପ୍ଲବ । ଏହି ବିପ୍ଲବ ଜରିଆରେ ଋଷ ରେ ପ୍ରଥମେ ଜାରତନ୍ତ୍ର କ୍ଷମତାଚୁ୍ୟତ ହୋଇଥିଲା । ପରବର୍ତୀ ସମୟରେ ଲେନିନଙ୍କ ନେତୃତ୍ୱରେ ୧୯୧୭ ନଭେମ୍ବର ୭ (ପୁରୁଣା କ୍ୟାଲେଣ୍ଡର ଅନୁଯାୟୀ ଅକ୍ଟୋବର ୨୫)ରେ ବିଜୟ ମଣ୍ଡିତ ହୋଇଥିବା ବିପ୍ଲବ ଥିଲା ସମାଜବାଦୀ ବିପ୍ଲବ । ଅର୍ଥାତ୍ ପୁଞ୍ଜିବାଦୀ ଗଣତାନ୍ତ୍ରିକ ବିପ୍ଲବ ସଫଳ ହେବାର ମାତ୍ର ୬ମାସ ପରେ ସମାଜବାଦୀ ବିପ୍ଲବ ସଂଗଠିତ ହୋଇଥିଲା । ଏହା ଅକ୍ଟୋବର/ନଭେମ୍ବର ବିପ୍ଲବ ନାମରେ ଇଚ୍ଛିହାସରେ ଲିପିବଦ୍ଧ ହୋଇଛି । ଏଠାରେ କମ୍ରେଡ ଲେନିନ୍ ଜଣେ ବିପ୍ଲବୀ ଦୂରଦର୍ଶୀ ଜନନାୟକ ଭାବେ “ବିପ୍ଲବୀ ପରିସ୍ଥିତିଏବଂବିପ୍ଲବୀ ପାର୍ଟିର ସ୍ଥିତି”କୁ ସଠିକ୍ ଭାବେ ମୂଲ୍ୟାୟନ କରିପାରିଥିଲେ ।
ଇିଶ୍ୱ ଇତିହାସରେ ପ୍ରଥମ ଥର ପାଇଁ ଶ୍ରମିକ ଶ୍ରେଣୀ ନେତୃତ୍ୱରେ କୃଷକମାନଙ୍କର ମୈତ୍ରୀରେ ଋଷ ଦେଶରେ ଏହି ଐତିହାସିକ ବିପ୍ଲବ ବିଜୟମଣ୍ଡିତ ହୋଇଥିଲା । ବିଶ୍ୱ ସର୍ବହରା ଶ୍ରେଣୀର ମହାନ୍ ଜନନାୟକ କମ୍ରେଡ୍ ଭି.ଆଇ.ଲେନିନ୍ ହେଉଛନ୍ତି ଏହି ବିପ୍ଲବର ରୂପକାର । ଲେନିନ୍ ଙ୍କ ନେତୃତ୍ୱରେ ତକôାଳୀନ ଅବସ୍ଥାରେ ଋଷ୍ ସୋସିଆଲିଷ୍ଟ ପାର୍ଟିରେ ବଲ୍ସେଭିକ୍ (ପାର୍ଟିରେ ସଂଖ୍ୟା ଗରିଷ୍ଠ)ମାନେ ନେତୃତ୍ୱ ନେଇ ଏହିଭଳି ଏକ ଅସାଧାରଣ ବିପ୍ଲବକୁ ସମାପାନ କରିଥିଲେ । ଏହାଥିଲା ସାଧାରଣଲୋକଙ୍କ ଦ୍ୱାରା ସଂଗଠିତ ହୋଇଥିବା ଏକ ଅସାଧାରଣ ବିପ୍ଲବ । କମ୍ରେଡ୍ ଲେନିନ୍ ଙ୍କ ଦୂରଦୃଷ୍ଟି ସମ୍ପନ୍ନ ଏପ୍ରିଲ ଥେସିସ୍, ସଠିକ୍ ସମୟରେ ସ୍ଲୋଗାନ, ସଠିକ୍ ସମୟ ନିର୍ଦ୍ଧାରଣ, ଶ୍ରମିକ, କୃଷକଏବଂସୈନ୍ୟ ବାହିନୀ ଇତ୍ୟାଦି ସକଳ ଶକ୍ତିକୁ ଐକ୍ୟବଦ୍ଧ କରାଇବାରେ ତାଙ୍କର ରଣନୀତିଗତ ଏବଂ କୌଶଳଗତ ଅବସ୍ଥାନର ବିଚକ୍ଷଣତା ଯୋଗୁଁହିଁ ବିପ୍ଲବ ବିଜୟୀମଣ୍ଡିତ ହେବାରେ ସହାୟକ ହୋଇଥିଲା । ବିପ୍ଲବପରେ ପରେ ଋଷକୁ ସମାଜବାଦୀ ପଥରେ ନିର୍ମାଣ କରିବା ପାଇଁ ଚାଷୀହାତକୁ ଜମି, ସମସ୍ତଙ୍କୁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, କାମ ଏବଂ ରୋଜଗାର ପାଇଁ ଶିଳ୍ପର ବିକାଶ, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରମୁଖ ଭୂମିକା ଇତ୍ୟାଦି ଅନେକ ଐତିହାସିକ ପଦକ୍ଷେପ ଗୁଡିକ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟିକରିଥିଲା ।
ସମାଜବାଦୀ ସୋଭିଏତ୍ ୟୁନିଅନ୍ କୁ ଭାଙ୍ଗିବା ପାଇଁ ପ୍ରଥମରୁହିଁ ୟୁରୋପର ବୁର୍ଜୁଆ ଶ୍ରେଣୀ କରିଥିବା ଉଦ୍ୟମକୁ ଲେନିନ୍ ପ୍ରତିହତ କରିଥିଲେ । ଲେନିନ୍ ଯଥାର୍ଥରେ କହିଥିଲେ ଯେ ବିପ୍ଲବକୁ ସାଫଲ୍ୟ କରିବାଠାରୁ ବିପ୍ଲବ ପର ପରିସ୍ଥିତିରେ ସମାଜବାଦକୁ ନିର୍ମାଣ କରିବା ଏବଂ ବିପ୍ଲବକୁ ରକ୍ଷା କରିବା ସବୁଠାରୁ ବଡ ଚ୍ୟାଲେଞ୍ଜ । ପ୍ରତି ସମୟରେ ପ୍ରତି ବିପ୍ଲବୀ ଶକ୍ତିମାନେ ସାମ୍ରାଜ୍ୟବାଦର ମଦତ ପୃଷ୍ଠରେ କମୁ୍ୟନିଷ୍ଟ ପାର୍ଟିକୁ ଭିତରୁ ଏବଂ ବାହାରୁ ଦୁର୍ବଳ କରି ସମାଜବାଦୀ ବ୍ୟବସ୍ଥାକୁ ଭାଙ୍ଗି ଦେବା ପାଇଁ ଅହରହ ଉଦ୍ୟମ କରନ୍ତି । ସୁତରାଂ ସୋଭିଏତ୍ କମୁ୍ୟନିଷ୍ଟ ପାର୍ଟିରେ ଗୋର୍ବାଚେଭ ଏବଂ ୟେଲଷ୍ଟିନଙ୍କ ଭଳି ପ୍ରଚଣ୍ଡ କମୁ୍ୟନିଷ୍ଟ ବିରୋଧିମାନେ ନେତୃତ୍ୱକୁ ଆସିବା ମାର୍କ୍ସବାଦ-ଲେନିନ ବାଦକୁ ଅସ୍ୱୀକାର କରିବା, ସମାଜବାଦକୁ ନୁ୍ୟନ କରିବା ଏବଂ ସାମ୍ରାଜ୍ୟବାଦ ପାଖରେ ସମର୍ପଣ କରି ପୁଞ୍ଜିବାଦୀ ବ୍ୟବସ୍ଥାକୁ ଆପଣେଇବା ଭଳି ସମସ୍ତ କମୁ୍ୟନିଷ୍ଟ ବିରୋଧୀ କାର୍ଯ୍ୟକୁ ସ୍ୱାଭାବିକଭାବେ କରିବା ଇଚ୍ଛିହାସରେ ବଡବିଡମ୍ବନା ଏବଂ ଅତ୍ୟନ୍ତ କଷ୍ଟ ଦାୟକ ଅଧ୍ୟାୟ ବୋଲି ସେ କହିଥିଲେ । ଯାହାକି ୧୯୯୦-୯୧ରେ ସୋଭିଏତ୍ ୟୁନିଅନ୍ ରେ ଘଟିଥିଲା । କମୁ୍ୟନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ନିଜେ ପାର୍ଟିକୁ ନିଷେଧ ବୋଲି ଘୋଷଣାକରି ଥିଲେ । ମାର୍କ୍ସବାଦର ତୃଟିପୂର୍ଣ୍ଣ ପ୍ରୟୋଗ ସାଙ୍ଗକୁ କମୁ୍ୟନିଷ୍ଟ ବିରୋଧୀ ରାସ୍ତାରେ କମୁ୍ୟନିଷ୍ଟ ପାର୍ଟିକୁ ପରିଚାଳନା କରିବା ଯୋଗୁଁ ପରିଶେଷରେ ରକ୍ତକ୍ଷୟୀ ସଂଗ୍ରାମ ମଧ୍ୟରୁ ନିର୍ମାଣ ହୋଇଥିବା ସମାଜବାଦୀ ବ୍ୟବସ୍ଥାର ବିପର୍ଯ୍ୟୟ ଘଟିଥିଲା । ଇଚ୍ଛିହାସରେ ଘଟିଥିବା ଏହି ସମସ୍ତ ଘଟଣାବଳୀରୁ ଶିକ୍ଷାନେଇ ସାଂପ୍ରତିକ ପରିସ୍ଥିତିରେ କମୁ୍ୟନିଷ୍ଟମାନେ ଅଗ୍ରସର ହେବା ପାଇଁ ସେ ଆହ୍ୱାନ ଦେଇଥିଲେ । ସାଂପ୍ରତିକ ବିଶ୍ୱ ପରିସ୍ଥିତିରେ ଯୁକ୍ତରାଷ୍ଟ୍ର ଆମେରିକା ର ପ୍ରୋତ୍ସାହନ ଏବଂ ମଦତ ପୃଷ୍ଟରେ ଗାଜାରେ ଇସ୍ରାଏଲ୍ର ନରସଂହାର ସବୁଠାରୁ ଚର୍ଚ୍ଚିତ ବିଷୟ । ମାନବତାର ସୁରକ୍ଷା ପାଇଁ ଗାଜାରେ ଯୁଦ୍ଧ ବନ୍ଦ କରିବା ଏବଂ ପାଲେଷ୍ଟାଇନ୍ ବାସୀଙ୍କ ପ୍ରତି ସଂହତି ପ୍ରକାଶ କରିବା ସବୁଠାରୁ ବଡ ଆହ୍ୱାନ ଅଟେ । ଏଥିପାଇଁ ବିଶ୍ୱ ଜନମତ ଜାଗ୍ରତ କରିବା ପାଇ ଁଚାଲିଥିବା ଅଭିଯାନରେ କମୁ୍ୟନିଷ୍ଟମାନେ ଅଗ୍ରଣୀ ଭୂମିକା ନେବାକୁ ହେବ । ଭାରତ ପାଇଁ ଏବଂ ଦେଶର ସାଧାରଣ ଜନତାଙ୍କ ପାଇଁ ସାମ୍ରାଜ୍ୟବାଦ ଏବଂ ସାମ୍ପ୍ରଦାୟିକତାବାଦ ହେଉଛି ସବୁଠାରୁ ବଡ ବିପଦ । ବିପ୍ଲବୀତତ୍ୱ, ବିଚାର, ଆନ୍ଦୋଳନ ଏବଂ ସଂଗଠନର ବିକାଶ ପାଇଁ ଏହା ସବୁଠାରୁ ବଡ ଅନ୍ତରାୟ ବୋଲି କମ୍ରେଡ୍ ପତି କହିଥିଲେ ।
ଏହି ସଭାରେ ସି.ପି.ଆଇ.(ଏମ୍)ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ ବକ୍ତବ୍ୟରଖି କହିଥିଲେ ଯେ ଋଷ୍ ବିପ୍ଲବର ସଂଘର୍ଷମୟ ଇତିହାସ ଯୁଗ ଯୁଗ ପାଇଁ ପ୍ରେରଣାର ଉତ୍ସ ହୋଇରହିବ । ସାଂପ୍ରତିକ ପରିସ୍ଥିତିରେ ଆମ ଦେଶରେ ଜନଗଚ୍ଚ ଜ୍ୱଳନ୍ତ ସମସ୍ୟାକୁ ଆଧାରକରିଶ୍ରେଣୀ ଆନ୍ଦୋଳନ ଏବଂ ଗଣ ଆନ୍ଦୋଳନକୁ ଜୋରଦାର କରିବାକୁ ପଡିବ । ଏହାସହିତ ମାର୍କ୍ସବାଦ-ଲେନିନବାଦ, ସମାଜବାଦୀ ଅକ୍ଟୋବର ବିପ୍ଲବର ସାଫଲ୍ୟ ଏବଂ ପୁଞ୍ଜିବାଦର ବାସ୍ତବ ବିକଳ୍ପ ହେଉଛି ସମାଜବାଦ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ମତାଦର୍ଶ ଗଚ୍ଛବିଷୟ ଗୁଡିକୁ ଜନସାଧାରଣଙ୍କ ପାଖକୁ ନିରନ୍ତର ଭାବେ ନେବାକୁ ହେବ । ମାର୍କ୍ସବାଦର ତୃଟିପୂର୍ଣ୍ଣ ପ୍ରୟୋଗ ଯୋଗୁଁ ସୋଭିଏତ ୟୁନିଅନରେ ସମାଜବାଦର ବିପର୍ଯ୍ୟୟ ଘଙ୍କିଲେ ସୁଦ୍ଧା ମାର୍କ୍ସବାଦର ପ୍ରାସଙ୍ଗିକତା ଆଜିବି ଅପରିବର୍ତିିର୍ତ ରହିଛି । ନିର୍ଦ୍ଧିଷ୍ଟ ଦେଶର ନିର୍ଦ୍ଧିଷ୍ଟ ପରିସ୍ଥିତିରେ ସୃଜନଶୀଳ ଭାବେ ଏହାକୁ ପ୍ରୟୋଗ କରିବାକୁ ହେବ । ପୁଞ୍ଜିବାଦୀ ବ୍ୟବସ୍ଥାର ଯନ୍ତ୍ରଣା ଏବଂ ଶୋଷଣ ବିରୁଦ୍ଧରେ ମାନବସମାଜର ମୁକ୍ତି ପାଇଁ ସମାଜବାଦ ହିଁ ଭବିଷ୍ୟତ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।
ସି.ପି.ଆଇ.(ଏମ୍) ରାଜ୍ୟସମ୍ପାଦକ ମଣ୍ଡଳୀ ସଦସ୍ୟ ସୁରେଶଚନ୍ଦ୍ର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ବେହେରା, ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ରାମଚନ୍ଦ୍ର ତ୍ରିପାଠୀ, ଯତୀନ୍ ମହାନ୍ତି, ଚାମ୍ବୁରୁ ସୋରେନ୍, ପ୍ରମୋଦିନୀ ସାହୁ, ପ୍ରଣତୀ ସାହୁ, ପ୍ରଭାସ ଷେଣ୍ଢ, ସୁଶୀଲ ଗିରି ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।