ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ଦିବସୀୟ ଆଲୋଚନା ଚକ୍ର

ଭୁବନେଶ୍ୱର,୧୪/୦୨/୨୦୨୬ (ଓଡ଼ିଶା ସମାଚାର):ମିଟସ୍ ସ୍କୁଲ ଅଫ ଵାୟୋଟେକ୍ନୋଲୋଜି ଭୁବନେଶ୍ୱର ପରିସରରେ ଜାତୀୟ ମହିଳା ଦିବସ ଉପଲକ୍ଷେ ମିଟସ୍ କଲଚୁରାଲ ଟିମ୍ ପକ୍ଷରୁ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍କଳ ଅମ୍ରିତା ର ନିର୍ଦେଶିକା ତଥା କୋ ଫାଉଣ୍ଡର ଅମ୍ରିତା ସାବତ, ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ଶ୍ରୀରାମ ପଣ୍ଡା, ନିର୍ଦେଶକ ଡ଼ଃ ଜି କେ ପଣ୍ଡା ପ୍ରମୁଖ ଯୋଗ ଦେଇ ସମାଜରେ ମହିଳା ମାନଙ୍କ ଅବଦାନକୁ ସ୍ମରଣ କରିବା ସହିତ ତାଙ୍କର ସଶକ୍ତିକରଣ ଓ ସମାନ ଅଧିକାର ପ୍ରତି ଜନ ସଚେତନତା ସୃଷ୍ଟି କରିବା ସମ୍ପର୍କରେ ଆଲୋକପାତ କରିଥିଲେ। ପରିଚାଳନାରେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *