ଜିଲ୍ଲାସ୍ତରିୟ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପ ବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ

ଜଗତସିଂହପୁର ୨୬/୬/୨୦୨୪ (ଓଡ଼ିଶା ସମାଚାର)-ଆଜି ଜଗତସିହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅବକାରୀ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରିୟ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପ ବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ ହୋଇଯାଇଅଛି। ଏହି ଅବସର ରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପଡିଆ ଠାରେ ଏକ ସଚେତନତା ରଥ ଓ ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ ରାଉତ୍ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ। ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କରିବାକୁ ଏହି ରଥ ୨ଟି ମ୍ୟୁନିସିପାଲଟି ଓ ୮ଟି ବ୍ଲକ ପରିକ୍ରମା କରିବ। ନିଶା ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଅଟେ। ଜୀବନ ହେଉଛି ମୂଲ୍ୟବାନ ଏଣୁ ନିଶା ସେବନରୁ ଦୂରେଇ ରହିବା ଉଚିତ୍। ନିଶା ରୂପକ ରାକ୍ଷସ ଜୀବନକୁ ସର୍ବନାଶ କରାଏ। ମଦ, ହେରୋଇନ୍, ଚରସ୍,ମାରିଜୁଆନା, ଗଞ୍ଜାପାଉଡର ମଣିଷ ଜୀବନକୁ ଛାରଖାର କରିଦିଏ। ଚୋରା ନିଶା ସେବନ ଅପମୃତ୍ୟୁର କାରଣ ହୋଇଥାଏ।ଏହି କାର୍ୟ୍ୟକ୍ରମକୁ ଅବକାରୀ ଅଧିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ପଲେଇ ପରିଚାଳନା କରିଥିଲେ। ଏହି ସଚେତନତା ଶୋଭାଯାତ୍ରା ଜିଲ୍ଲପାଳଙ୍କ କାର୍ୟ୍ୟାଳୟ ପଡିଆରୁ ବାହାରି କଲେଜ ଛକ ପର୍ୟ୍ୟନ୍ତ ପରିକ୍ରମା କରିଥିଲା। ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ଏକସାଇଜ ଇନ୍ସପେକ୍ଟର, ଅବକାରୀ କର୍ମଚାରି, ମହାବିଦ୍ୟାଳୟର ଛାତ୍ର , ଗଣମାଧ୍ୟମ ପ୍ରତନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *