ଖୋର୍ଦ୍ଧା ବ୍ଲକ ସମ୍ମୁଖରେ ବିଶାଳ ବ୍ଲକ ଘେରାଉ କାର୍ୟ୍ୟକ୍ରମ

ଖୋର୍ଦ୍ଧା, ୨୪/୧୧/୨୦୨୩ (ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କର ଦୁର୍ନୀତି, ଭ୍ରଷ୍ଟାଚାର ଓ ମନ ମୁଖୀ ଶାସନ ବିରୁଦ୍ଧରେ ଅଦ୍ୟ ୨୪ ନଭେମ୍ବର ୨୦୨୩ ଶୁକ୍ରବାର ଦିବା ୧୦ ଘଟିକା ସମୟରେ ଖୋର୍ଦ୍ଧା ବିଜେପି ର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ କାଲୁଚରଣ ଖଣ୍ଡେଇତାରାୟ ଙ୍କ ନେତୃତ୍ୟ ରେ ଜନ ଆକ୍ରୋଶ ମୂଳକ ଓଡିଶା ସରକାର ଙ୍କ ବିରୁଧରେ ଏକ ବିଶାଳ ବ୍ଲକ ଘେରାଉ କାର୍ୟ୍ୟକ୍ରମ ଖୋର୍ଦ୍ଧା ବ୍ଲକ ସମ୍ମୁଖରେ ଆୟୋଜନ କରାଯାଇଥିଲା। ଏହି କାର୍ୟ୍ୟକ୍ରମ ରେ ୩୦୦୦ ରୁ ଉର୍ଦ୍ଧ ସାଧାରଣ ଜନତା ସାମିଲ ହୋଇଥିଲେ। ଏଥିରେ ରାଜ୍ୟ ଏବଂ ଜିଲ୍ଲା ବିଜପିର ଛାମୁଆଁ ବରିଷ୍ଠ ନେତୃ ମଣ୍ଡଳୀ ଯଥା -ବରିଷ୍ଠ ବିଜେପି ନେତ୍ରୀ ଶ୍ରୀମତୀ ସୁରମା ପାଢ଼ୀ, ନାରୀନେତ୍ରୀ ପିଙ୍କି ପ୍ରଧାନ, ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ନିକୁଞ୍ଜ କିଶୋର ପଟ୍ଟନାୟକ, ଲଷ୍ମୀକାନ୍ତ ମିଶ୍ର, ବିଧାନସଭା ସଂଯୋଜକ କିଶୋର ଚନ୍ଦ୍ର ବରାଳ, ଶୁଚିସ୍ମିତା ମିଶ୍ର ବଡ଼ଜେନା, କାଉନସିଲର ଶୁଭଲକ୍ଷ୍ମୀ ମହାରଣା, ନଗର ମଣ୍ଡଳର ବରିଷ୍ଠ କାର୍ୟ୍ୟକର୍ତା ଜିତେନ୍ଦ୍ର ବେହେରା, ଯୁବନେତା ପ୍ରଭାତ ରାଉତରାୟ, ଅଭିମନ୍ୟୁ ଘଟୁଆଳ ପ୍ରମୁଖ ଯୋଗ ଦେଇ ସରକାରଙ୍କୁ ସମାଲୋଚନା କରିଥିଲେ ଓ ରାଜ୍ୟ ସରକାରଙ୍କୁ ଭର୍ଚନା କରିବା ସହ ବ୍ଲକରେ ଦୁର୍ନୀତି ନ ହଟିଲେ ଏହାର ପ୍ରତିବାଦ ରେ ବିଜେପି ଆଗାମୀ ଦିନରେ ଏହାର ଦୃଢ ପ୍ରତିବାଦ କରିବା ସହ ପୁନଃ ବିଶାଳ ଆନ୍ଦୋଳନ ଓଡିଶା ସରକାରଙ୍କୁ ହଟେଇବା ପାଈଁ ଚେତାବନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *