ଜୁନାଗଡ଼, ୨୫/୬/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)-ଜୁନାଗଡ଼ ଜେଏମଏଫସି କୋର୍ଟ ରେ କାର୍ଯ୍ୟରତ ସିଭିଲ ଜଜ ସୀଙ୍କୁନ ରାୟ ଙ୍କର ଅନ୍ୟତ୍ର ବଦଳି ହୋଇଥିବାରୁ କୋର୍ଟ ପରିସର ମଧ୍ୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଜୁନାଗଡ଼ ଓକିଲ ସଂଘ ସଭାପତି କୈଳାସ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନ୍ୟାଧିକାରୀ ସିୟୁନି ସିଦ୍ଧାର୍ଥ ମହାରଣା ଅତିଥି ଭାବେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସଂଘ ସମ୍ପାଦକ ହିମାଂଶୁ ବରାଡ଼ । ଲୋକଙ୍କୁ ତ୍ୱରିତ ଓ ନିରପେକ୍ଷ ନ୍ୟାୟ ପ୍ରଦାନ କରିବା ପାଇଁ ଉଭୟ ନ୍ୟାଧିକାରୀ ଓ ବାର ମେମ୍ବର ଯତ୍ନବାନ ହେଲେ ସମାଜରେ ଅପରାଧ ନିୟନ୍ତ୍ରଣ ସହ ସମାନ୍ତରାଳ ବିକାଶ ସମ୍ଭବ ହୋଇପାରିବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଏଥିରେ ବରିଷ୍ଠ ଓକିଲ ନୀଳକଣ୍ଠ ମିଶ୍ର,ଅଶୋକ ପାତ୍ର,ବାଳକୃଷ୍ଣ ଆଚାରି, ମଦନମୋହନ ସାହୁ,ଦିପେନ ସାହୁ, ଦିଗାମ୍ବର ଦୁରିଆ, ବିଶ୍ୱନାଥ କର, କାଳିନ୍ଦ୍ରୀ ପାଣିଗ୍ରାହୀ, ଅଶୋକ ପଣ୍ଡା, ସୁଶୀଲ ପାଢ଼ୀ, ଅନନ୍ତ ବେହେରା,ଜୟଦେବ ସୁନାନୀ,ଚିତ୍ତରଞ୍ଜନ ନିଆଲ, ,ପ୍ରମୁଖ ଓକିଲବନ୍ଧୁ ଉପସ୍ଥିତ ରହି ଥିଲେ।