ଶିଶୁ ଅନନ୍ତଆଶ୍ରମରେ ବସନ୍ତ ମହୋତ୍ସବ

ସମ୍ବେଦନ ସାହିତ୍ୟ ହିଁ ସମାଜକୁ ମାର୍ଗ ଦର୍ଶନ କରି ପାରିବ

ଗରଦପୁର,୦୨/୦୩/୨୦୨୫(ଓଡ଼ିଶା ସମାଚାର)-ପଦ୍ମଶ୍ରୀ ବାବା ବଳିଆଙ୍କଦ୍ୱାରା ପ୍ରତିଷ୍ଠିତ ଇଂଟର ନ୍ୟାସନାଲ ଗୀତା ମିଶନ୍ ଅରିଲୋସ୍ଥିତ ଶିଶୁ ଅନନ୍ତ ଆଶ୍ରମ ପରିସରରେ ବସନ୍ତ ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମକୁ ମହାସମାରୋହରେ ପାଳନ କରିଅଛି । ବସନ୍ତ ମହୋତ୍ସବ ଅବସରରେ ରାଜ୍ୟ ସ୍ତରୀୟ ସାରସ୍ୱତ ସମାବେଶ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ  ଆଶ୍ରମର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । “ସାହିତ୍ୟ, ସମାଜ ଓ ସମ୍ବେଦନ ”ଶୀର୍ଷକ ଆଲୋଚନା ଚକ୍ରକୁ ଗୀତା ମିଶନ୍ ର ସଭାପତି ଡ଼ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଉଦଘାଟନ କରି କହିଲେ ଯେ ସାହିତ୍ୟ ସମ୍ବେଦନଶୀଳ ନହେଲେ ନିଜର ଗାରିମାକୁ ହରାଇଥାଏ ।

ସମ୍ବେଦନଯୁକ୍ତ ସାହିତ୍ୟ ହିଁ ସମାଜକୁ ଉଚିତ ମାର୍ଗ ଦର୍ଶନ କରିପାରିବ  ବୋଲି ସ୍ୱାମିଜୀ ମତ ବ୍ୟକ୍ତ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଇଂ ପ୍ରଭାକର ସ୍ୱାଇଁ ଯୋଗଦେଇ କହିଲେ ବର୍ତମାନ ଦିଗହରା ସାହିତ୍ୟ ସମାଜ ପାଇଁ ଅନୁକୂଳ ହେଉନାହିଁ । ଅତିତର ସାହିତ୍ୟକୁ ଅଧିକ ମନନ କରିବାର ଆବଶ୍ୟକତା ରହିଛି । ସମ୍ମାନୀତ ଅତିଥି ଭାବେ ସାରଳାଦାସ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପିକା ଡ଼ ବିଷ୍ଣୁପ୍ରିୟା ଦାସ ସାହିତ୍ୟ ଓ ସମ୍ବେଦନ ପରଷ୍ପର ପରିପୂରକ ହୋଇ ସମାଜ ପାଇଁ ମଙ୍ଗଳପ୍ରଦ ହୋଇଥାଏ ।

ଅନ୍ୟତମ ସମ୍ମାନୀତ ଅତିଥି ସାରସ୍ୱତ ସାଧକ ନବଘନ ନାୟକ ଉତ୍ସବରେ ଯୋଗଦେଇ ସାହିତ୍ୟ ,ସମାଜ ଓ ସମ୍ବେଦନ ଗୋଟିଏ ସରଳରେଖାର ତିନୋଟି ବିନ୍ଦୁ ମାତ୍ର , ଗୋଟଏ ବିନା ଅନ୍ୟଟିର ପୂର୍ଣ୍ଣତା ଅସି ପାରିବ ନାହିଁ ବାଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ କବି ଦେବେନ୍ଦ୍ରନାଥ କରଙ୍କ ରଚିତ କାବ୍ୟ “ଜଣେ ଅସ୍ପୃଶ୍ୟର ଦିନ ଲିପ”ି ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ପ୍ରାରମ୍ଭରେ ଡ଼ାକ୍ତର ସତ୍ୟ କାନୁନଗୋ ଅତିଥି ମାନଙ୍କ ପରିଚୟ ପ୍ରଦାନକ୍ରିଥିବାବେଳେ କବିତା ଗୁଡ଼ିକର କବୟିତ୍ରୀ ଆରତୀ ଦାସ ସଂଯୋଜନା କରିଥିଲେ । ପରିଶେଷରେ ପଣ୍ଡିତ ବାସବ କୁମାର ନନ୍ଦ ସମସ୍ତଙ୍କୁ କୃତଜ୍ଞତା ଜ୍୍ୟାପନ କରିଥିଲେ । ରାଜ୍ୟର ବିଭିନ୍ନ ଜିଲାରୁ କବି ଓ ଲେଖକ ମାନେ ଏହି ସାରସ୍ୱତ ଉତ୍ସବରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବାବାଜୀ ବିମ୍ବାଧର ଦାସ, ଅଭିରାମ ଦାସ, ସୁଶାନ୍ତ ଭୂୟାଁ, ରଜନୀକାନ୍ତ ପଟ୍ଟନାୟକ, ତପନ ଦାସ , ଆରତୀ ତ୍ରିପାଠି , ଅକ୍ଷୟ ଶେଣ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *