ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଜଗତସିଂହପୁର, ୨୫/୬/୨୦୨୪ (ଓଡ଼ିଶା ସମାଚାର)-ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୁଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଜିଲ୍ଲା ରେ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ଦୁର୍ଘଟଣା ରୋକିବା ପାଇଁ ଏନଫୋର୍ସମେଣ୍ଟ ଦରକାର, ଏଥିପାଇଁ ସେ ପୋଲିସ ଓ ପରିବହନ ବିଭାଗ କୁ ଆହୁରି ସଜାଗ ହୋଇ ଆଇନ ର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ।ଗାଡି ଚଲାଇବା ସମୟରେ ମୋବାଇଲ ରେ କଥା ହେବା ଓ ଡ୍ରିଙ୍କ ଆଣ୍ଡ ଡ୍ରାଇଭ,ନାବାଳକ ମାନଙ୍କ ଗାଡି ଚାଳନା ଇତ୍ୟାଦି ସଂପ୍ରତି ଦୁର୍ଘଟଣାର ଏକ ପ୍ରମୁଖ କାରଣ ।ତେଣୁ ଉଭୟ ପୋଲିସ ଓ ପରିବହନ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ବିନା ଲାଇସେନ୍ସରେ ଗାଡି ଚଳାଉଥିବା ବ୍ୟକ୍ତି ମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଜିଲ୍ଲା ର ୩ ଟି ମୁଖ୍ୟ ରାସ୍ତା ଏନ୍ ଏଚ୍ ୫୩,ଏନ୍ ଏଚ୍ ୫୫ ଏବଂ ଏସ୍ ଏଚ୍ ୧୨ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଜିଲ୍ଲାପାଳ। ଭୂତମୁଣ୍ଡାଇ ରୁ ଅଠରବାଙ୍କୀ ରାସ୍ତାରେ ଭାରୀଯାନ ଚଳାଚଳ ର ସ୍ପୀଡ ଲିମିଟ କମ୍ କରିବା, ଭୂତମୁଣ୍ଡାଇ ରୁ ପାରାଦ୍ଵୀପ ରାସ୍ତା ରେ ଲୁହା ପଥର ବୋଝାଇ ଟ୍ରକ ଲାଇନ୍ ହୋଇ ବେଆଇନ୍ ପାର୍କିଂ କରିବା ପ୍ରମୁଖ ଦୁର୍ଘଟଣା ର କାରଣ ପାଲଟି ଥିବାରୁ ଏଥିପ୍ରତି ସଜାଗ ରହିବା ପାଇଁ କୁହାଯାଇ ଥିଲା।ପାରାଦ୍ୱୀପ ରେ ବର୍ଦ୍ଧିତ ଟ୍ରାଫିକ କୁ ଦୃଷ୍ଟିରେ ରଖି ଏକ ଅତିରିକ୍ତ ପରିବହନ କାର୍ୟ୍ୟାଳୟ କାର୍ୟ୍ୟକାରିତା ଉପରେ ମତ ରଖିଥିଲେ ଟ୍ରକ୍ ସଙ୍ଘ ର କର୍ମକର୍ତ୍ତା ମାନେ ଏବଂ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍ ଏଥି ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ ଙ୍କ ସହ ଆଲୋଚନା କରିଥିଲେ। ରାସ୍ତାର ବ୍ଲାକ ସ୍ପଟ ଚିହ୍ନଟ ଏହାର ପ୍ରତିକାର, ରାସ୍ତା ପାର୍ଶ୍ଵବର୍ତ୍ତୀ ବୃକ୍ଷ ର ପେଣ୍ଟିଂ କରିବା,ନୋ ପାର୍କିଂ ଜୋନ ରେ ସାଇନବୋର୍ଡ ଲଗାଇବା,ଟ୍ରାଫିକ ମ୍ୟାନେଜମେଣ୍ଟ, ଜଗତସିଂହପୁର ପୌରାଞ୍ଚଳ ର ମୁଖ୍ୟ କେନାଲ ଉପରେ ପାର୍କିଂ ବା ଗିଭ ଓ୍ବେ ର ସାଇନେଜ ଲଗାଇବା,ବକ୍ସ କଲଭର୍ଟ ର ରାସ୍ତା କୁ ସିଧା ସଳଖ ମୁଖ୍ୟ ରାସ୍ତା କୁ ସଂଯୋଗ ବଦଳ ରେ ଉପ ରାସ୍ତା ଦେଇ ସଂଯୋଗ କରିବା,ବୁଲାପ୍ରାଣୀ ସମସ୍ୟା ଆଦି ବିଷୟ ରେ ଆଲୋଚନା କରାଯାଇଥିଲା। ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍ ମଧ୍ୟ ଭୂତମୁଣ୍ଡାଇ ମହାନଦୀ ବ୍ରିଜ ଉପରେ ବେଆଇନ୍ ପାର୍କିଂ ନିମନ୍ତେ ପୋଲିସ ବିଭାଗ ର କଡା କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଥିଲେ। ଶେଷରେ ଗୁଡ଼ ସମାରିଟାନ ଭାବେ ୧୮ ଜଣ ଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ ଓ ସେମାନଙ୍କୁ ଆଜିର ଦିନରେ ଆଶାର କିରଣ ବୋଲି କହିଥିଲେ ଜିଲ୍ଲାପାଳ। ସେମାନେ ହେଲେ ବାପୁଜୀ ବିଶ୍ଵାଳ, ନିଲୁ ମଲ୍ଲିକ, ଏସ୍ କେ ରିୟାଜ ଉଦ୍ଦିନ, ନିରାକାର ସାହୁ, ସୂର୍ୟ୍ୟ କାନ୍ତ ତ୍ରିପାଠୀ,ସୌମ୍ୟ ରଞ୍ଜନ ସ୍ଵାଇଁ, ବିଶ୍ୱରଞ୍ଜନ ପାଢୀ, ବିଜୟ କୁମାର ମହାନ୍ତି, ସନ୍ୟାସୀ ବାରିକ, ସ୍ମୃତି ରଞ୍ଜନ ଗୋଚ୍ଛାୟତ, ପର୍ଶୁରାମ ମହାରଣା, ଅମରନାଥ ମହାନ୍ତି, ସଞ୍ଜୟ କୁମାର ସାହୁ, ପ୍ରକାଶ କୁମାର ବେହେରା, ଦଧିବାମନ ସେଠୀ, ବୀର କିଶୋର ବାରିକ, ଆଶିଷ କୁମାର ଦଳାଇ, ସାଧୁ ଚରଣ ସାହୁ। ପ୍ରକାଶ ଥାଉକି, ଜିଲ୍ଲା ରେ ଏଯାବତ ୩୭ ଜଣ ବ୍ୟକ୍ତିଙ୍କୁ ଗୁଡ଼ ସମାରିଟାନ ଭାବେ ସମ୍ମାନୀତ କରାଯାଇଛି। ଜିଲ୍ଲା ରେ ୪୦ ଜଣ ଙ୍କୁ ରକ୍ଷକ ପ୍ରୋଗ୍ରାମ ରେ ଟ୍ରେନିଂ ନେଇ ସାରିଛନ୍ତି।ଆହୁରି ମଧ୍ୟ ଜୁନିଅର ରକ୍ଷକ ପ୍ରୋଗ୍ରାମର ଟ୍ରେନିଂ ଦେବା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ଥିର କରାଯାଇଅଛି।ଆଇ.ଟି. ଏମ. ଏସ ରକାର୍ୟ୍ୟକାରିତା କୁ ଅତିଶୀଘ୍ର ଜିଲ୍ଲାରେ ଉପଲବ୍ଧ କରିବାକୁ ଆର. ଟି. ଓ କୁ କୁହାଯାଇଥିଲା। ଆଇ. ଆର.ଏ. ଡି ବା ଇଣ୍ଟିଗ୍ରେଟେଡ ରୋଡ ଆକ୍ସିଡେଣ୍ଟ ଡାଟାବେସ, ଇଲେକ୍ଟ୍ରୋନିକ ଡିଟେଲ ଆକ୍ସିଡେଣ୍ଟ ରିପୋର୍ଟ ର କାର୍ୟ୍ୟକାରିତା ସହିତ ଜିଲ୍ଲା ରେ ଦୁର୍ଘଟଣା ପ୍ରବଣ ସ୍ଥାନ ରେ ଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟର ଗେଟ୍ ଗୁଡିକୁ ଚିହ୍ନଟ କରି ରି ଲୋକେସନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ଓ ଏଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ କମିଟି ର ବୈଠକ ଅନୁଷ୍ଠିତ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଜଣା ଗାଡି ଧକ୍କାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତି ଙ୍କ ପାଇଁ ଏନ୍ ଏଚ୍ ଏ ଆଇ ତରଫରୁ ସହାୟତା ରାଶି ପ୍ରଦାନ ନିମନ୍ତେ ସୁପାରିସ କରଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ୱୀପ ଶ୍ରୀ ଲଲିତ ମୋହନ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,ଜିଲ୍ଲା ତଥା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଏନ ଏଚ ଏ ଆଇ ର ଅଧୀକ୍ଷଣ ଯନ୍ତ୍ରୀ, ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।ବସ ଓ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା,ସହରର ବରିଷ୍ଠ ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି କାର୍ୟ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ଓ ଶେଷ ରେ ଜିଲ୍ଲାପାଳ ସଡକ ସୁରକ୍ଷା ବୈଠକ କୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭାବେ ଅଭିହିତ କରିବା ସହ ସମସ୍ତଙ୍କ ସହଯୋଗ ରେ ଏହା ସମ୍ଭବ ବୋଲି କହିଥିଲେ। ସମସ୍ତ ଗୁଡ଼ ସମାରିଟାନ ମାନଙ୍କୁ ସାଧୁବାଦ ଜଣାଇଥିଲେ ଜିଲ୍ଲାପାଳ।

Leave a Reply

Your email address will not be published. Required fields are marked *