ପଞ୍ଚାୟତ ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

ନିରାକାରପୁର, ୨୪/୬/୨୦୨୪ (ଓଡ଼ିଶା ସମାଚାର)-ନୂଆଗଡ ପଞ୍ଚାୟତସ୍ଥିତ ଉଗ୍ରତାରା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ୱୟଂ ସେବକ ସଂଘ ପକ୍ଷରୁ ଷଷ୍ଠବାର୍ଷିକ ପଞ୍ଚାୟତ ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷାବିତ୍ ଗଦାଧର ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ମୂଖ୍ୟ ଅତିଥିଭାବେ ଉଗ୍ରତାରା ନୋଡାଲ ଉଚ୍ଚ ବିଦ୍ୟାଳୟର  ପ୍ରଧାନ ଶିକ୍ଷୟତ୍ରୀ ପ୍ରଣତି ବିଶ୍ୱାଳ,ସମ୍ମାନିତ ଅତିଥିଭାବେ ସାମ୍ବାଦିକ ଉମେଶ ଚନ୍ଦ୍ର ପଟ୍ଟନାୟକ, ଅନ୍ୟତମ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍ ରସିଦ ଖାଁ,ନୂଆଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚନ୍ଦ୍ରକାନ୍ତି ଦେଇ,ମୋରମୋରସିଂହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେଶ୍ୱର ନାୟକ, ମୋ ସ୍କୁଲ ଅଭିଯାନ ସଭାପତି ଦୁର୍ୟୋଧନ ବରାଳ ସ୍କୁଲ ପରିଚାଳନା କମିଟି ସଭାପତି ଅଜୟ କୁମାର ଛୋଟରାୟପୁର ,ସମାଜସେବୀ ରବୀନ୍ଦ୍ର ମାର୍ଥା, ନୂଆଗଡ ସ୍ୱୟଂସେବକ ସଂଘ ସଭାପତି ମନୋରଞ୍ଜନ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନର ଏହି ମହତ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ । ସ୍ୱୟଂସେବକ ସଂଘର ସମ୍ପାଦକ ସମୀର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସ୍ଥାନୀୟ ୭ଟି ସ୍କୁଲର ମେଧାବୀ ଛାତ୍ର ଛାତ୍ରୀଙ୍କ ସମେତ ଚଳିତବର୍ଷର ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜୁନ କରିଥିବା ୩୭ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଶେଷରେ ଅନୁଷ୍ଠାନର ଉପଦେଷ୍ଟା ସନ୍ତୋଷ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱୟଂସେବକ ସଂଘର ସମସ୍ତ କର୍ମକର୍ତ୍ତା, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *