ଜିଲ୍ଲାସ୍ତରୀୟ ମ୍ୟାଲେରିଆ ନିରାକରଣ ମାସ ପାଳିତ ।

ଜଗତସିଂହପୁର,୨୪/୬/୨୦୨୪ (ଓଡ଼ିଶା ସମାଚାର)- ଆଜି ଜଗତସିଂପୁର ଜିଲ୍ଲା ଚିକିତ୍ସାଳୟ ଠାରେ  ଜିଲ୍ଲା ସ୍ତରୀୟ ମ୍ୟାଲେରିଆ ନିରାକରଣ ମାସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ  ଅଧିକାରୀ ଡାକ୍ତର ଶତ୍ରୁଘ୍ନ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକ ରେ ମ୍ୟାଲେରିଆ ରୋଗ ର ନିରାକରଣ ଦିଗରେ ଜିଲ୍ଲା ର ଉଲ୍ଲେଖନୀୟ ପଦକ୍ଷେପ ଗୁଡ଼ିକ ଉପରେ  ଆଲୋକପାତ କରିଥିଲେ ।ସାଧାରଣତଃ ଜୁନ୍ ମାସ ଠାରୁ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ ଓ ମଶା ବାହିତ ରୋଗ ର ପ୍ରକୋପ ଦେଖାଯାଏ। ଏହି ରୋଗର ନିରାକରଣର ପାଇଁ  ଜନ ସଚେତନତା ସୃଷ୍ଟି କରାଯିବ। ଗ୍ରାମୀଣ ସ୍ତର ରେ ଆଶା କର୍ମୀ ମାନେ ଘର ଘର ବୁଲି ସଚେତନତାକୁ ବ୍ୟାପକ କରିବେ ।  ମ୍ୟାଲେରିଆ ଜ୍ଵର ହେଲେ  ତୁରନ୍ତ  ରକ୍ତ  ପରୀକ୍ଷା  କରି ରୋଗ ନିରୂପଣ ହେଲେ ସମ୍ପୁର୍ଣ ଚିକିତ୍ସା ର ସୁବିଧା ପାଇବେ। ଏପ୍ରିଲ୍ ମାସ ଠାରୁ ସମସ୍ତ ସ୍ଵାସ୍ଥ୍ୟ ଉପକେନ୍ଦ୍ର ଓ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ମ୍ୟାଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି ।

ମ୍ୟାଲେରିଆ ନିରାକରଣ ରେ  ପଦକ୍ଷେପ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏରସମା,ବିରିଡ଼ି, କୁଜଙ୍ଗ ଓ ପାରାଦ୍ଵୀପ କୁ ସମ୍ମାନିତ କରାଯାଇ ଅଛି ଏବଂ ଗ୍ରାମୀଣ ସ୍ତର ରେ ମ୍ୟାଲେରିଆ ଚିହ୍ନଟ ଓ ରୋଗୀ ଚିକିତ୍ସା ତଦାରଖ ପାଇଁ ଛଅ ଜଣ ଆଶା କର୍ମୀ ଙ୍କୁ ପୁରସ୍କୃତ କରା ଯାଇଛି । ମ୍ୟାଲେରିଆ ନିରାକରଣ ମାସ (ଜୁନ୍ )ପାଳନ ଅବସର ରେ ସ୍ୱାସ୍ଥ୍ୟ  ଜିଲ୍ଲା ସ୍ତରୀୟ ବୈଠକ ରେ ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ     (ଭି ବି ଡି ), ଡାକ୍ତର ପ୍ରମୋଦ  କୁମାର ବାରିକ,ଜୋନାଲ କୋଡିନେଟର ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଡାକ୍ତର ନିଶିଥ କୁମାର ଦାଶ  , ଜିଲ୍ଲା ପ୍ରକଳ୍ପ ପରିଚାଳକ (ଜାତୀୟ ସ୍ୱାସ୍ଥ୍ୟ ମିଶନ)ଶ୍ରୀ ଚକ୍ରଧର ଜେନା, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ସଚଳ। ମହାନ୍ତି,  ଶ୍ରୀ ଅସିତ୍ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଗୋଷ୍ଠୀ ଚିକିତ୍ସ। ଅଧିକାରୀ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ଆଶା କର୍ମୀ ଓ ଅନ୍ୟାନ୍ୟ ସ୍ଵାସ୍ଥ୍ୟ ଅଧିକାରୀ ଯୋଗ ଦେଇଥିଲା ବେଳେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଶ୍ରୀ ଅସିତ୍ କୁମାର ଦାଶ ସଭା ପରିଚାଳନା କରିଥିଲେ । ଶେଷ ରେ ଶ୍ରୀ ସତ୍ୟ ରଞ୍ଜନ ସାହୁ, ଭେକ୍ଟର ବାହିତ ରୋଗ ପରିଦର୍ଶକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *