ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ବିଶ୍ଵ ଏଡ଼ସ ଦିବସ

ଭୁବନେଶ୍ୱର,୦୧/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ଆଜି ବୁଦ୍ଧେଶ୍ଵର କମୁନିଟି ସେଣ୍ଟର ଠାରେ ଆପୋଲୋ ହସ୍ପିଟାଲ ଏବଂ ୪୨ ନମ୍ବର ଠାରେ ରକ୍ତକଣିକା ର ପରୀକ୍ଷା ର ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ମହିଳା ଏବଂ ପୁରୁଷ ମାନେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

କାର୍ଯ୍ୟକ୍ରମ ରେ ସତ୍ୟନଗର ଲେଡିଜ୍ ଫୋରମ୍ ର ସଦସ୍ୟା ମାନେ ଯଥା ଦିପ୍ତି ବେହେରା, କିରଣବାଳା ମିଶ୍ର, ସହଯୋଗ ର ହାତ ବଢ଼େଇ ଥିଲେ।ଏହି କାର୍ଯ୍ୟକ୍ରମ କୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ।

Leave a Reply

Your email address will not be published. Required fields are marked *