ଭୁବନେଶ୍ୱର,୨୩/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସ୍ଥାନିୟ ୟୁନିଟ୍ ୯ ସ୍ଥିତ ରୋଟାରୀ କ୍ଲବ ସଭାଗୃହରେ ରାଜ୍ ମିଡ଼ିଆ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କର ୭ମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। କାର୍ୟ୍ୟକ୍ରମରେ ଉଦଘାଟକ ଭାବେ ଓଟିଡ଼ିସି ମହାପ୍ରବନ୍ଧକ ଡଃ. ଲଲାଟେନ୍ଦୁ ସାହୁ, ମୁଖ୍ୟ ଅତିଥି ଭାବେ ହୃଦରୋଗ ବିଶେଷଜ୍ଞ ଡାକ୍ତର ପି. କେ. ଦାସ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ସତିଶ ବିଶ୍ବାଳ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇଂ. ରଞ୍ଜିତ କୁମାର ସ୍ବାଇଁ, ପ୍ରଦେଶ କଂଗ୍ରେସ କୃଷକ ସେଲର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ସୁପ୍ରିମକୋର୍ଟର ଆଇନଜୀବୀ ନିର୍ଭୟ କୁମାର ସାମନ୍ତରାୟ, ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ ସଭାପତି ଶ୍ରଦ୍ଧାଞ୍ଜଳୀ ରାୟ, ଶିକ୍ଷାବିତ ଯଶୋବନ୍ତ ବେହେରା, ଲିଙ୍କ ଚକ୍ଷୁ ଚିକିତ୍ସାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡାକ୍ତର ଆଲୋକ ସାହୁ, ରାଜ୍ ମିଡ଼ିଆ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କର ଉପ ସଭାନେତ୍ରୀ ସସ୍ମିତା ଦାସ, ସାମ୍ବାଦିକ ପ୍ରଶାନ୍ତ କୁମାର ପଣ୍ଡା, ଓ ରାଜ୍ ମିଡ଼ିଆର ପ୍ରତିଷ୍ଠାତା ଡାକ୍ତର ରାଜେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ସାପ୍ତାହିକ ‘ସୁଭ୍ରମ୍’ର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚିତ ହେବା ସହିତ ଇଂ. ରଞ୍ଜିତ କୁମାର ସ୍ବାଇଁଙ୍କୁ ‘ଉତ୍କଳ ସେବାରତ୍ନ’, ଡାକ୍ତର ପି. କେ. ସାହୁଙ୍କୁ ‘ଉତ୍କଳ ସେବାଜ୍ୟୋତି’, ରୋଟାରିଆନ ଯଶୋଦା ନନ୍ଦନଙ୍କୁ ‘ଉତ୍କଳ ସେବାନିଧି’ ଓ ଓଡିଶାର ବିଭିନ୍ନ ଜିଲ୍ଲାର ସାମ୍ବାଦିକମାନଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଡକ୍ଟର ଚିତ୍ତରଞ୍ଜନ ବିଶ୍ବାଳ ସଭା ପରିଚାଳନା କରିଥିବା ବେଳେ ସାମ୍ବାଦିକ ପ୍ରମୋଦ କିଶୋର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।