ଛାତ୍ର ଙ୍କ ଭବିଷ୍ୟତ ଓ ସୁରକ୍ଷା ପାଇଁ ଉତ୍ତରଦାୟୀ କିଏ ??
ବାଲିଗୁଡ଼ା,୨୧/୦୨/୨୬ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ମେଟ୍ରିକ୍ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ପରୀକ୍ଷା କେନ୍ଦ୍ରକୁ ଗଲେ ଛାତ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ବ୍ଲକ ଅଞ୍ଚଳରୁ । ଯାହାର ଚିତ୍ର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସୂଚନା ପ୍ରକାରେ ମେଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ କ.ନୂଆଗାଁ ସ୍ଥିତ ପି.ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ । ବିଦ୍ୟାଳୟରୁ ପରୀକ୍ଷା କେନ୍ଦ୍ର ମାତ୍ର ତିନି କିଲୋମିଟର ଦୂରତା ହୋଇଥିବା ବେଳେ ଅତି ବିପଦପୂର୍ଣ୍ଣ ଭାବରେ ଟ୍ରାକ୍ଟର ଡ଼ାଲାରେ ବସି ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଦୃଶ୍ୟକୁ ନେ଼ଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅତି ବେପାରୁଆ ମନୋଭାବ ପୋଷଣ କରି ବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଟ୍ରାକ୍ଟରରେ ଯିବାକୁ ପରୀକ୍ଷା କେନ୍ଦ୍ରକୁ ଛାଡ଼ିଲେ ସାଙ୍ଗରେ କେହି ଗାଇଡ୍ ଶିକ୍ଷକ କିମ୍ବା ବିଦ୍ୟାଳୟର କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା । ଜିଲ୍ଲା ପ୍ରଶାସନ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି । ଏ ନେଇ କ.ନୂଆଗାଁ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ କହିଛନ୍ତି ଯେ, ଟ୍ରାକ୍ଟର ଡାଲା ରେ ବସି ଯାଉଥୁବା ଛାତ୍ର ଆମ ବିଦ୍ୟାଳୟ ର ଛାତ୍ର କି ଆଉ କେଉଁ ବିଦ୍ୟାଳୟ ର ସେ ନେଇ ସ୍ପଷ୍ଟ ହୋଇନାହିଁ । ଛାତ୍ର ମାନେ ଯେଉଁ ବି ବିଦ୍ୟାଳୟର ମଧ୍ୟ ହୁଅନ୍ତୁ ଏପରି ଟ୍ରାକ୍ଟର ଡାଲା ରେ ବସି ପରୀକ୍ଷା କେନ୍ଦ୍ର କୁ ଯିବା ଘଟଣା ଅନୁଚିତ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି ।
ତେବେ ଯେଉଁ ଟ୍ରାକ୍ଟର ଡାଲାରେ ବସି ଛାତ୍ରମାନେ ଯାଇଥିଲେ ସେହି ଟ୍ରାକ୍ଟର ର ସନ୍ଧାନ ଚାଲିଛି । ସେହି ଟ୍ରାକ୍ଟର ଡ୍ରାଇଭର କିପରି କେଉଁ ପରିସ୍ଥିତି ରେ ଛାତ୍ର ଙ୍କୁ ବସାଇ ନେଇଥିଲେ ସେହି ଡ୍ରାଇଭର ଙ୍କ ବିରୁଦ୍ଧରେ ଏତଲା ଦିଆଯିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି । ପରୀକ୍ଷା କେନ୍ଦ୍ର କୁ ଛାତ୍ର ଛାତ୍ରୀ ଙ୍କୁ ନେବା ପାଇଁ ବିଭାଗ ପକ୍ଷରୁ ସେପରି କିଛି ବ୍ୟବସ୍ଥା ନଥିବା ବେଳେ ଅଭିଭାବକ ନିଜ ଦାୟିତ୍ଵ ରେ ପିଲାଙ୍କୁ ପରୀକ୍ଷା କେନ୍ଦ୍ର କୁ ନେବା ଉଚିତ ବୋଲି କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ବିପଦ ସଂକୁଳ ଅବସ୍ଥାରେ ପରୀକ୍ଷା କେନ୍ଦ୍ର କୁ ଟ୍ରାକ୍ଟର ଡାଲା ରେ ବସି ଯାଇଥିବା ଛାତ୍ର ଙ୍କ ଭବିଷ୍ୟତ ଓ ସୁରକ୍ଷା ପାଇଁ ଉତ୍ତରଦାୟୀ କିଏ ?? । ପିଲାଙ୍କ ଭବିଷ୍ୟତ ସହ ଖେଳୁଥିବା ସରକାର ନିଜ ଦୋଷ ଲୁଚାଇବାକୁ ଯାଇ ଅନ୍ୟ ମୁଣ୍ଡରେ ହାତ ଥୋଇ ନିଜ ଦୋଷ କୁ ଲୁଚେଇବା କେତେ ଦୁର ଠିକ୍ ତାହା ସମୟ ହିଁ କହିବ।
