କେନ୍ଦ୍ରାପଡା, ୨୩/୬/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ୨୯ତମ ବାର୍ଷିର୍କ ସାଧାରଣ ସଭା ରବିବାର ଜିଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ପରିଚାଳନା ପରିଷଦର ଉପସଭାପତି ଡ. ଅପର୍ଣ୍ଣା ମହାନ୍ତି, ନିର୍ଦ୍ଧେଶକ ଶ୍ରୀକାନ୍ତ ନାୟକ, ସଂଗ୍ରାମ କେଶରୀ ମଲ୍ଲିକ, ଶୁକାନ୍ତ କୁମାର ଦ୍ୱିବେଦୀ, ଶୁଧାଂଶୁ ଶେଖର ପ୍ରତାପ, ନବଜ୍ୟୋତି ରାୟ, ପ୍ରଫୁଲ୍ଲ କୁମାର ସାହୁ, ବିଧୁଭୂଷଣ ମହାପାତ୍ର, ସିଦ୍ଧାର୍ଥ ଶଙ୍କର ଜେନା, ଅମୂଲ୍ୟ କୁମାର ପ୍ରଧାନ, ମହେନ୍ଦ୍ର କୁମାର ପରିଡ଼ା, ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ, କଳ୍ପତରୁ ମହାପାତ୍ର ଓ ରଶ୍ମିରଞ୍ଜନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ, ସମବାୟର ଅଗ୍ରଦୂତ ମଧୁବାବୁ ଏବଂ ବ୍ୟାଙ୍କର ପ୍ରତିଷ୍ଠାତା ଭାଗବତ ପ୍ରସାଦ ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହାପରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ ତୋ ତେନେ କହିୟେ” ଗାନ କରାଯାଇଥିଲା । ଏହାପରେ ଦିବଂଗତ ବ୍ୟାଙ୍କର କର୍ମଚାରୀ, ସଭ୍ୟା/ସଭ୍ୟାମାନଙ୍କ ଉଦ୍ଧେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୂର୍ବତନ ପ୍ରଶାସକ ତଥା ସାହିତି୍ୟକ ଡ.ବିରଜା ପ୍ରସାଦ ରାଉତରାୟଙ୍କୁ ବ୍ୟାଙ୍କ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଚଳିତ ବର୍ଷ ଜିଲାରେ ଦଶମ ପରୀକ୍ଷାରେ ଟପ୍ପର ହୋଇଥିବା ଅନନ୍ୟା ବାରିକ ଓ ଡିସିବି ବ୍ୟାଙ୍କର ସର୍ବଭାରତୀୟ ଅଧିକାରୀ କେନ୍ଦ୍ରାପଡ଼ାର ନରେନ୍ଦ୍ର ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଗତ ଆର୍ଥିକ ବର୍ଷରେ ସବୁଠୁ ଉନ୍ନତ ପ୍ରଦର୍ଶନ କରିଥିବା ଆଳି ଶାଖାର କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତିଙ୍କ ନିର୍ଦ୍ଧେଶ ମତେ ବ୍ୟାଙ୍କର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ପୂର୍ବ ବର୍ଷର ସାଧାରଣ ସଭାର ବିବରଣୀ ପାଠ ପଢିଥିଲେ ।
ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତି ତାଙ୍କ ଅଭିଭାଷଣରେ ୨୦୨୩-୨୪ ବର୍ଷରେ ବ୍ୟାଙ୍କର ସଫଳତା ଉପରେ ସଭ୍ୟସଭ୍ୟାମାନଙ୍କୁ ଅବଗତ କରାଇଥିଲେ ଏବଂ ଆଗାମୀ ବର୍ଷରେ ବ୍ୟାଙ୍କର ଉନ୍ନତି ପାଇଁ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ । ୨୦୨୩-୨୪ ଆର୍ଥିକ ବର୍ଷରେ ଟଙ୍କା ଜମା, ଋଣ ଲଗାଣ, ଲାଭ ଉପରେ ଆଲୋଚନା କରିଥିଲେ । ଋଣ ଆଦାୟ କ୍ଷେତ୍ରରେ ବ୍ୟାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ସେ ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ବ୍ୟାଙ୍କର ପୂର୍ବତନ ନିର୍ଦ୍ଧେଶକ ରବୀନ୍ଦ୍ର ମୋହନ ସାହୁ, ଆକବର ଅଲ୍ଲୀ, ମୁକ୍ତାର ଖାଁ, ଫକିର ଚରଣ ଖଟୁଆ, ପ୍ରଫୁଲ୍ଲ କୁମାର ସାହୁ, ବସନ୍ତ ସେଠୀ, ଅଜୟଲକ୍ଷ୍ମୀ ସାହୁ, ଧରଣୀଧର ସୁଆର ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ସଦସ୍ୟମାନଙ୍କର ବ୍ୟାଙ୍କ ପ୍ରଗତୀରେ ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ଯଥା ଶାଖା ସଂପ୍ରସାରଣ, ମଧୁ ବାବୁଙ୍କ ନାମରେ ଏକ ଯୋଜନା କରିବା, ଜିଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ସଭ୍ୟସଭ୍ୟାମାନଙ୍କୁ ସମ୍ବର୍ଦ୍ଧିତ କରିବା ଇତ୍ୟାଦି ପ୍ରସ୍ତାବମାନ ଆସିଥିଲା । ଆର୍ଥିକ ବର୍ଷ ୨୦୨୩-୨୪ର ଅଡିଟ୍ ରିପୋର୍ଟ, ୨୦୨୩-୨୪ ବର୍ଷର ଅତିରିକ୍ତ ବଜେଟ ଏବଂ ଆର୍ଥିକ ବର୍ଷ ୨୦୨୪-୨୫ ବର୍ଷ ପାଇଁ ବଜେଟ୍ ଗୃହୀତ ହୋଇଥିଲା । ଶେଷରେ ବ୍ୟାଙ୍କର ଉପ ସଭାପତି ଡ. ଅପର୍ଣ୍ଣା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ ସଭାକୁ ବ୍ୟାଙ୍କର କର୍ମଚାରୀ ସୁରେଶ ଚନ୍ଦ୍ର ପରିଡ଼ା, ସୁକାନ୍ତ କୁମାର କର, ଭଞ୍ଜ କିଶୋର ଜେନା, ରବୀନ୍ଦ୍ର ପାତ୍ର, ଲଲାଟେଣ୍ଡୁ କେଶରୀ ଦାସ, ଅଜିତ କୁମାର ପତି ପ୍ରମୁଖ ପରିଚାଳନା କରିଥିଲେ ।
କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ୨୯ତମ ବାର୍ଷିକ ସାଧାରଣ ଅଧିବେଶନ
